ଓସିଏଲ ମ୍ୟାଚର ଶ୍ରେଷ୍ଠ ଖେଳାଳୀଙ୍କୁ ସମ୍ମାନୀତ କଲେ; ଡ.ତିରୁପତି ପାଣିଗ୍ରାହୀ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ଓସିଏଲରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କ୍ରିକେଟ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଶ୍ରେଷ୍ଠ ଖେଳାଳୀଙ୍କୁ ସମ୍ମାନୀତ କରିଥିଲେ । କଟକ ସ୍ଥିତ ବାରବାଟି ଷ୍ଟାଡିୟମ ଠାରେ ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ ଓଡିଶା କ୍ରିକେଟ ଲିଗର ମ୍ୟାଚରେ ମୁଖ୍ୟଅତିଥି ଭାବେ ହାଇଟେକର ଅଧ୍ୟକ୍ଷ ତଥା ଗଜପତି ଜିଲ୍ଲା କ୍ରିକେଟ ସଂଘର ସଭାପତି ଡ. ତିରୁପତି ପାଣିଗ୍ରାହୀ ଯୋଗ ଦେଇଥିଲେ । ଓଡିଶା ପୁମାସ ବନାମ ଓଡିଶା ଟାଇଗର୍ସ ମଧ୍ୟରେ ଆୟୋଜିତ ଏହି ମ୍ୟାଚ ଶେଷରେ ଶ୍ରେଷ୍ଠ ଖେଳାଳୀ ଭାବେ ଅଲ୍ରାଉଣ୍ଡର ପ୍ରୟାସ କୁମାର ସିଂଙ୍କୁ ଡ.ପାଣିଗ୍ରାହୀ ସମ୍ମାନୀତ କରିବା ସହ ୫ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ ।


