ୟୁଥ୍ ଫର୍ ସେବା ସଙ୍ଗଠନର ବାର୍ଷିକ ଉତ୍ସବ ପାଳିତ

ଚୌଦ୍ଵାର,(ଦୀପକ୍ କୁମାର ବେଉରା): କଟକ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍ ଫର୍ ସେବା ର ପ୍ରଥମ ବାର୍ଷିକ ଉତ୍ସବ ଚୌଦ୍ଵାର ଗାନ୍ଧିଛକ ସ୍ଥିତ ପୌରପାଳିକା ଟାଉନ୍ ହଲ୍ ଠାରେ ପାଳିତ ହୋଇଯାଇଛି। ସଂଗଠନ ର ସଭାପତି ଶାରଦା ରଞ୍ଜନ ପରିଜା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ଉତ୍ସବ କୁ ମୂଖ୍ୟ ଅତିଥି ଭାବେ ଚୌଦ୍ଵାର କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଡା ଅମିତ୍ ପୃଷ୍ଟି , ସମାଜସେବୀ ମୀରା ପରିଡ଼ା ଓ ସୁବ୍ରତ ସାମଲ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳ ର ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ମାନଙ୍କୁ ୟୁଥ୍ ଫର୍ ସେବା ତରଫରୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମ୍ପାଦକ ସଞ୍ଜୟ ବେହେରା , କଲ୍ୟାଣ କମଲ ଭୂୟାଁ,ନବୀନ ରାଓ, ନିହାର ରଞ୍ଜନ ଦାସ, ଅନିରୁଦ୍ଧ ମହାନ୍ତି, ବନମାଳୀ ସାହୁ, ସନ୍ତୋଷ କୁମାର ସାହୁ, ଆଲୋକ ମହାପାତ୍ର,ସୌମ୍ୟ ରଞ୍ଜନ ବେଉରା , ଉମା ଚରଣ ସାହୁ, ଅନିଲ ସାହୁ, ମନୋରଞ୍ଜନ ଭୂୟାଁ, ସନ୍ତୋଷ ଲଳିତ ରାଉତରାୟ, ପ୍ରଭାତ ଭୂୟାଁ,ମାନସ ଭୂୟାଁ,ରଞ୍ଜିତ ଦାସ, କେଦାର ମହାନ୍ତି, ଚନ୍ଦନ ନାୟକ, ପ୍ରବୀଣ ପ୍ରଧାନ, ରୁଦ୍ର ରଞ୍ଜନ ଦାସ ପ୍ରଭୃତି ସମସ୍ତ ସଦସ୍ୟ ସାହାଯ୍ୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ