ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ଢେଙ୍କାନାଳ ଜିଲ୍ଲା ଶାଖାର ବାର୍ଷିକୋତ୍ସବ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ଢେଙ୍କାନାଳ ଜିଲ୍ଲା ଶାଖାର ୫ମ ବାର୍ଷିକୋତ୍ସବ ତା ୧୦.୦୧.୨୦୨୧ ରିଖରେ ଢେଙ୍କାନାଳ ଟାଉନ୍ସ୍ଥିତ ଅଭିନ୍ଦନ ଗାର୍ଡେନ୍ ଠାରେ ପୂର୍ବାହ୍ନ ୧୧ଟା ବେଳେ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ସମୟରେ ପଂକ୍ତିଭୋଜନ ସହ ସମାପ୍ତ ହୋଇଥିଲା । ଏହି ଉତ୍ସବ ପ୍ରାକ୍ତନ ଜିଲ୍ଲା ଜଜ୍ ଉମାଚରଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚର ରାଜ୍ୟ ଅଧ୍ୟକ୍ଷ ଡଃ ନନ୍ଦନନ୍ଦନ ଦାସ, ସାଧାରଣ ସମ୍ପ।।ଦକ ଡଃ ଜଗବନ୍ଧୁ ଷଡଙ୍ଗୀ ମହାଶୟ ବିଶିଷ୍ଟ ଅତିଥି ରୂପେ ଯୋଗଦେଇ ରାଜ୍ୟରେ ଏବଂ କେନ୍ଦ୍ରରେ ଚାଲିଥିବା ଦୁର୍ନୀତି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବକ୍ତବ୍ୟ ରଖିଥିଲେ ଏବଂ ଏହାକୁ କିପରି ଭାବେ ରୋକାଯାଇପାରିବ ସେଥିପାଇଁ ନିଜ ନିଜର ମତ ରଖିଥିଲେ । ଏହି ସଭାରେ ମଞ୍ଚର ଢେଙ୍କାନାଳ ଜିଲ୍ଲା ଶାଖା ସଭାପତି ଅଜୟ କୁମାର ମିଶ୍ର, ସମ୍ପାଦକ ସଂଗ୍ରାମ କେଶରୀ ପାଣିଙ୍କ ସହ ବିଶିଷ୍ଟ ଭଦ୍ରବ୍ୟକ୍ତି ଆଡଭୋକେଟ୍ ଦୀପ୍ତିଶ ପଟ୍ଟନାୟକ, ସମାଜସେବୀ ସରୋଜ ଶତପଥୀ, ବିକ୍ରମ କେଶରୀ ପାଣି, ଜ୍ଞାନ ରଞ୍ଜନ ମିଶ୍ର, ସ୍ମିତାରାଣୀ ସାମଲ, ରବିନାରାୟଣ ମହାନ୍ତି, ମନୋରଞ୍ଜନ ନନ୍ଦ, ପ୍ରମୋଦ ନନ୍ଦ, ତପନ ନାଥ, ତାରା ପ୍ରସନ୍ନ ଶତପଥୀ, ରମେଶ ଦାସ, ଦୀପକ ପଟ୍ଟନାୟକ ଏବଂ ଗଁଦିଆ ବ୍ଲକସ୍ଥିତ ଏହି ମଞ୍ଚର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଅନ୍ୟାନ୍ୟ ସଭ୍ୟ ରାଜେନ୍ଦ୍ର ପତି, ଚିନ୍ତାମଣି ତ୍ରିପାଠୀ, ସାରଙ୍ଗଧର ବିହାରୀ, କାମାକ୍ଷାପ୍ରସାଦ ବିହାରୀ, ରମେଶ ଚନ୍ଦ୍ର ଧଳ, ଖଗେଶ୍ୱର ମହାନ୍ତି ଏବଂ ଭୁବନ ବ୍ଲକ୍ର ଦୀପକ କୁମାର ଗୁରୁ ପ୍ରମୁଖ ଯୋଗଦେଇଥିଲେ । ସଭା କାର୍ଯ୍ୟକୁ ସାହିତ୍ୟ ଏକାଡେମୀର ରାଜ୍ୟ ସଦସ୍ୟ ବାହାଦୂର ପାଟସାହାଣୀ ମହୋଦୟ ସୂଚାରୁ ରୂପେ ପରିଚାଳନା କରିଥିଲେ । ସମସ୍ତ ଅତିଥି ବୃନ୍ଦ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଏହି ମଞ୍ଚର ଢେଙ୍କାନାଳ ଜିଲ୍ଲା ଶାଖା ସଭାପତି ଅଜୟ କୁମାର ମିଶ୍ରଙ୍କର ଏହି କାର୍ଯ୍ୟକ୍ରମ ପାଇଁ ଭୂୟଁଶୀ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ଶେଷର ସଭାପତି ଅଜୟ କୁମାର ମିଶ୍ର ସମସ୍ତ ଅତିଥି ବୃନ୍ଦ ଏବଂ ଯୋଗ ଦେଇଥିବା ଭଦ୍ରବ୍ୟକ୍ତିମାନଙ୍କୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ସହ ସଭା ସାଙ୍ଗ ହୋଇଥିଲା ଏବଂ ତତ୍ ସଙ୍ଗେ ସଙ୍ଗେ ପଂକ୍ତି ଭୋଜନ ପରେ ଉତ୍ସବଟି ଶେଷ ହୋଇଥିଲା ।