ଶ୍ରୀ ଗୁଣ୍ଡିଚା ମନ୍ଦିର ପରିଚାଳନା କମିଟି ନାରାୟଣ ପୁର ଆନୁକୂଲ୍ୟରେ ବରିଷ୍ଠ ନାଗରିକମାନଙ୍କୁ ସମର୍ଦ୍ଧନା
ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଧାମନଗର ବ୍ଲକର ଦଇପୁର ପଞ୍ଚାୟତ ଅଧିନସ୍ଥ ନାରାୟଣ ପୁର ଗ୍ରାମରେ ଶ୍ରୀ ଗୁଣ୍ଡିଚା ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଧାମନଗର ମହାବିଦ୍ୟାଳୟର ଅଧ୍ୟାପକ ଚିତ୍ତରଞ୍ଜନ ଦାଶ, ମୁଖ୍ୟ ବକ୍ତା ରଘୁନାଥ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ସମ୍ମାନୀତ ବକ୍ତା ଭାବେ କବି ଦୟାନିଧି ମିଶ୍ର , ସଭାପତି ଗୁଣ୍ଡିଚା ମନ୍ଦିର ପରିଚାଳନା କମିଟି ରମାକାନ୍ତ ପଣ୍ଡା, ଗୁଣ୍ଡିଚା ମନ୍ଦିର ପରିଚାଳନା କମିଟି ସମ୍ପାଦକ ରବିନ୍ଦ୍ର ନାଥ, ଉକ୍ତ ସମାରୋହ ରେ ଶତାୟୁ ପୁରୁଷ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ଯେନା, ବୟୋଜ୍ୟେଷ୍ଠ ପୁରୁଷ ବଂଶିଧର ଧଳ, ନବୀନ ଚନ୍ଦ୍ର ନାଥ, ପୁରୁଷୋତ୍ତମ ରଣା, ମାୟାଧର ସାହୁ ଏବଂ ବୟୋଜ୍ୟେଷ୍ଠ ମହିଳା ଶୁକନ ନାଥ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରାଯାଇଥିବାବେଳେ ବହୁ ମାନ୍ୟଗନ ବ୍ୟକ୍ତି ,ବୋଧିଜୀବୀ ପ୍ରମୁଖ ଯୋଗଦେଇଥିଲେ।


