କଣମଣା ଠାରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟିର ଆଭିମୂଖ୍ୟ ସଫଳ ରୂପାୟନ ନିମନ୍ତେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଆରମ୍ଭ ହୋଇଛି । ରାଜସ୍ୱ ବିଭାଗରେ ଯେଉଁସବୁ ସୁବିଧା ଦିଆଯାଉଛି ସେଗୁଡିକ ପାଇଁ ଗାର କୃଷକ ହେଉ କି ବରିଷ୍ଠ ନାଗରୀକ ସଭିଏଁ ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦୈାଡିବାକୁ ପଡୁଥିଲା । ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଯୋଗୁଁ ଆଉ ତହସିଲ ଅଫିସକୁ ଦୈାଡିବାକୁ ପଡିବ ନାହିଁ । ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରତ୍ୟେକ ମାସରେ ପୂରା ତହସିଲ କାର୍ଯ୍ୟାଳୟ ଆପଣଙ୍କ ଗ୍ରାମକୁ ଆସିବ । ସେହି ସମୟରେ ରାଜସ୍ୱ ବିଭାଗ ସମସ୍ତ କାର୍ଯ୍ୟକ୍ରମ ଜନ ସାଧାରଣ ଫାଇଦା ନେବାକୁ ଗଂଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ଶୁଭାରମ୍ଭ କରିବା ଦିନ ଠାରୁ କହିଛନ୍ତି । ମୋ ଗାଁରେ ତହସିଲ କାର୍ଯ୍ୟକ୍ରମରେ ୍‌ଦଲାଲୀ ଯୁଗ ଶେଷ ହେବ ବୋଲି କୁହାଯାଇଛି । ଏହିପରିପ୍ରେକ୍ଷୀ ଗୁରୁବାର ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ବାତ୍ୟାଆଶ୍ରୟସ୍ଥଳୀ ଠାରେ ଦ୍ୱିତୀୟପର୍ଯ୍ୟାୟରେ ଛତ୍ରପୁର ତହସିଲ ପକ୍ଷରୁ ତହସିଲଦାର ନୀଳମାଧବ ଭୋଇଙ୍କ ତତ୍ୱାବଧାନାରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୋଡାପଦର, କାଳିପଲ୍ଲୀ, ଚମାଖଣ୍ଡି ଓ ଛତ୍ରପୁର ଆରଆଇ ସର୍କିଲ ଅଧିନସ୍ଥ କଣମଣା, ଅଗସ୍ତିନୂଆଗାଁ, ପୋଡାପଦର, ଆର୍ଯ୍ୟପଲ୍ଲୀ, କାଳିପଲ୍ଲୀ, ଚମାଖଣ୍ଡି ଓ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଂଚାୟତ ଏବଂ ଛତ୍ରପୁର ଏନଏସି ସମସ୍ତ ହିତାଧୀକାରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସମୁଦାୟ ମୋଟ ୮୬୦ଟି କେସ ପଂଜିକରଣ ହୋଇଥିଲା । ସେଥିମଧ୍ୟରୁ ମ୍ୟୁଉଟେସନ ୧୫୬, ବସୁନ୍ଧରା ଯୋଜନାର ୪୫୦, ଗ୍ରାମକଣ୍ଠକ ପଟ୍ଟା ୯୪, ବିଭାଜନ ଜମିଜମା ମାମଲା ୧୭, ଘରବାରୀ ପଟ୍ଟା ୧୫ , ଇ-ପାଉତି ୬୯, ୨୫ଟି ଅଭିଯୋଗ ସମାଧାନ ସମେତ ବିଭିନ୍ନ ପ୍ରକାର ସାଟିଫିକେଟ ୧୦୫ ଏବଂ ଜଣେ ହିତାଧିକାରୀ ୪ଲକ୍ଷ ଟଙ୍କାର ସରକାରୀ ସହାୟତା ରାଶି ପ୍ରଦାନ କରାଯିବା ସହ ରାଜସ୍ୱ ବିଭାଗ ବିଭିନ୍ନ ମାମଲା ଗୁଡିକ ସମାଧାନ କରାଯାଇଥିଲ।। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଓ ବିଶ୍ୱରଂଜନ କହଁର, ସମସ୍ତ ଆରଆଇ, ରଜସ୍ୱ ବିଭାଗର ସମସ୍ତ କର୍ମଚାରୀ ଏବଂ ପୋଡାପଦର ସରପଂଚ ପୀତାମ୍ବର ପଣ୍ଡା, ଅଗସ୍ତିନୂଆଗାଁ ସରପଂଚ ପି.ସିମାଦୀ, ଆର୍ଯ୍ୟପଲ୍ଲୀ ସରପଂଚ ଏମ୍‌.ଲକ୍ଷ୍ମୀ, କାଳିପଲ୍ଲୀ ସରପଂଚ ଶ୍ରୀରାମ ଚନ୍ଦ୍ର ବେହେରା, କଣମଣା ସରପଂଚ ଏସ୍‌.ଚକ୍ରପାଣି ରେଡ୍ଡୀ, ଚମାଖଣ୍ଡି ସରପଂଚ ସୁସ୍ମିତା ପ୍ରଧାନ , ଶ୍ରୀରାମ,ଚନ୍ଦ୍ରପୁର ଗ୍ରାମ ପଂଚାୟତ ସରପଂଚ ରେବତୀ ପ୍ରଧାନଙ୍କ ସମେତ ବହୁ ଜନପ୍ରତିନିଧୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ