ହେଣ୍ଡବଲ ଟୁର୍ଣ୍ଣାମେଣ୍ଟ ; ଆସିକା ଟିମ୍ ଚମ୍ପିୟାନ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ସହର ଅନ୍ତର୍ଗତ ବୁଦ୍ଧଗିରି ବିଦ୍ୟାପୀଠର ଖେଳ ପଡ଼ିଆରେ ଗତ ୧୧ ତାରିଖ ଦିନ ଶ୍ରୀ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ହେଣ୍ଡବଲ ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିବା ବେଳେ ୧୦ ଟିମ୍ ଭାଗ ନେଇଥିଲେ। ଶୁକ୍ରବାର ଦିନ ଏହି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଥିବା ବେଳେ ଆସିକା ଟିମ୍ ୨-୧ ରେ ବିଜୟୀ ହୋଇ ଚମ୍ପିୟାନ ହୋଇଛନ୍ତି। ଫାଇନାଲ ମ୍ୟାଚ ଆସିକା ଓ କବିସୂର୍ଯ୍ୟ ନଗର ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀ ଏବଂ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଭଲିବଲ ଖେଳାଳି ଦୁର୍ଗା ପ୍ରସାଦ ଦାଶ ଓ ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା ଯୋଗଦେଇ ଆସିକା ଟିମ୍ କୁ ଚମ୍ପିୟାନ ଟ୍ରଫି ଓ କବିସୂର୍ଯ୍ୟ ନଗର ଟିମ୍ କୁ ରାନର୍ସ ଅପ ଟ୍ରଫି ପ୍ରଦାନ କରିଥିଲେ। ହରପ୍ରସାଦ ମହାପାତ୍ର ସଂଯୋଜନା କରିଥିବା ବେଳେ ସୁନୀଲ ଦାଶ, ପ୍ରକାଶ ପ୍ରଧାନ, ଶିବ ପ୍ରଧାନ, ସତ୍ୟନାରାୟଣ ଦାଶ, ମନୋଜ ପ୍ରଧାନ, ସନ୍ତୋଷ ଡାକୁଆ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ