ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଦାବି

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ନୂଆପୋଖରୀ ଗ୍ରାମରେ ଗତ ସୋମବାର ବିଳଲମ୍ବିତ ରାତ୍ରୀରେ ଜଣେ ବିବାହିତ ମହିଳାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା । ମହିଳାଙ୍କ ବେକ ସହିତ ଅଣ୍ଟା ଓ ପେଟକୁ କୌଣସି ଧାରୁଆ ଅସ୍ତ୍ରରେ କଟାଯାଇଥିବା ଦେଖିବାକୁ ମିଳିଥିଲା । ଏନେଇ ମହିଳାଙ୍କ ପରିବାର ଲୋକ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିବାବେଳେ ପୁଲିସ ଫେରାର ଥିବା ମୃତକଙ୍କ ସ୍ୱାମୀ ନାରାୟଣକୁ ଗିରଫ କରିଥିଲା । ଏହା ସହିତ ଘଟଣା ଦିନ ଶାଶୂ ମାତାଜୀ କୁ ମଧ୍ୟ ପୁଲିସ ଥାନାକୁ ଆଣି ଅଟକ ରଖିଥିଲା । ହତ୍ୟା ଘଟଣାର ତିନିଦିନ ପରେ ମାଆ ପୁଅକୁ କୋର୍ଟ ଚାଲାଣ କରାଯାଇଥିଲେ ସୁଦ୍ଧା ଏଥିରେ ଅନ୍ୟ କିଛି ଲୋକଙ୍କର ସଂପୃକ୍ତି ଥାଇପାରେ ବୋଲି ମୃତ୍ୟୁ ବରଣ କରିଥିବା ମହିଳାଙ୍କ ପରିବାର ଲୋକ ଓ ବାପଘର ରାଣୀଗଡିଆ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମୃତକ ମହିଳା ରାଧାରାଣୀୀଙ୍କ ବାପା . ଭାଇ, ମାଆ, ଭାଉଜ ଓ ଗ୍ରାମବାସୀମାନେ ଥାନାକୁ ଆସି ଘଟଣାରେ ଅନ୍ୟମାନଙ୍କ ସଂପୃକ୍ତି ଥିବା ପୁଲିସକୁ ଜଣାଇଛନ୍ତି । ପରିପାଶ୍ୱିକ ଅବସ୍ଥାରୁ ଯାହା ଅନୁମାନ କରାଯାଉଛି ଜଣେ ଲୋକ କେବେ ମହିଳାଙ୍କୁ ହତ୍ୟା କରିବା ସମ୍ଭବ ନୁହେଁ । ଯେଉଁ ସ୍ଥାନରେ ରାଧାରାଣୀଙ୍କୁ ହତ୍ୟା କରାଯାଇଛି ପାଞ୍ଚ ଦଶ ହାତ ଦୂରରେ ଜନବସତି ଥିବାବେଳେ କିଭଳି ସାହି ପଡିଶା ଏକଥା ଜାଣିନପାରିଲେ ତାହାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଳମ୍ବିତ ରାତ୍ରୀରେ ହତ୍ୟାକାଣ୍ଡ କରାଯାଇଥିବା ସୁଚନା ମିଳୁଥିବାବେଳେ କେବଳ ସ୍ୱାମୀ ଯେ ରାଧାରାଣୀଙ୍କ ଗଳାକୁ କାଟିଛି ଏକଥା ଗ୍ରାମବାସୀମାନେ ବିଶ୍ୱାସ କରିପାରୁନାହାଁନ୍ତି । ତେଣୁ ଏହାର ନିରପେକ୍ଷ ତଦନ୍ତ ପାଇଁ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିକଟରେ ସେମାନେ ଦାବି ଜଣାଇଛନ୍ତି । ପୁଲିସ ପକ୍ଷରୁ ମଧ୍ୟ ଘଟଣାକୁ ଗମ୍ଭୀରତାର ସହ ବିଚାର କରାଯାଉଥିବାବେଳେ ଅନେକ ସୂଚନାକୁ ଗୋପନ ରଖାଯାଇ ହତ୍ୟାକାଣ୍ଡ ସମ୍ପର୍କରେ ତଦନ୍ତ କରାଯାଉôତବା ଜଣାଯାଇଛି । ଯଥାଶୀଘ୍ର ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ମୃତକକଙ୍କ ପରିବାର ଲୋକଙ୍କୁ ପୁଲିସ ଆଶ୍ୱସନା ଦେଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ