ପୁରସ୍ତମପୁର ଠାରେ ନାମ ଯଜ୍ଞ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ପୁରସ୍ତମପୁର ଠାରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପୂଜକ ନନ୍ଦ କିଶୋର ତ୍ରିପାଠୀଙ୍କ ବୈଦିକ ମନ୍ତ୍ର ଆବାହନରେ ପୂଜାର୍ଚ୍ଚନା ହେବା ପରେ ଗ୍ରାମବାସୀମାନଙ୍କ ତରଫରୁ ଭାଗବତ ପାଠ ହୋଇଥିଲା । ଏହା ସହିତ ହରିନାମ ସଂଙ୍କୀର୍ତ୍ତନ, ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । କରୁଣାକର ସାମଲ ଘଟସ୍ଥାପନ କରିଥିବାବେଳେ କାର୍ଯ୍ୟକ୍ରମକୁ ସୁବାଷ ଧଳ, ଭରତ ଶଙ୍ଖୁଆ, ଗଜେନ୍ଦ୍ର ସାମଲ, କୃଷ୍ଣ ଶଙ୍ଖୁଆ, ଶ୍ରୀଧର ବେହେରା, ବିଦ୍ୟାଧର ସାମଲ, ପ୍ରକାଶ ନାୟକ, ବିକାଶ ନାୟକ, ରଘୁନାଥ ବେହେରା ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଗ୍ରାମର ଆବାଳ ବୃଦ୍ଧବନିତା ଉପସ୍ଥିତ ରହି ହରିନାମ ସଂଙ୍କୀର୍ତ୍ତନ ସହିତ ବିଭୂରସ ପାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ