ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ : ୧୪ ପଂଚାୟତର ୨୩ ଶିଶୁକନ୍ୟା ସମ୍ବର୍ଦ୍ଧିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବାଳିକା ଓ ମହିଳା ନୀତି- ୨୦୧୪ ଅନୁସାରେ ଶିଶୁ କନ୍ୟା ଜନ୍ମ ଦେବା, ବାଳିକା ମାନଙ୍କୁ ସମାନ ସୁବିଧା ସୁଯ୍ଧେଜ୍ଞ ପ୍ରଦାନ କରିବାଳ ଓ ସେମାନଙ୍କ ବିକାଶରେ ଉତମ ପରିବେଷ ସୃଷ୍ଟି କରିବା ଲକ୍ଷ୍ୟ ରହିଛି । ସର୍ବପରି ନାବାଳିକା କନ୍ୟା ମାନଙ୍କ ବାଲ୍ୟ ବିବାହ, ସ୍ୱଳ୍ପ ଶିକ୍ଷା, ଦର୍ମ ଓ ଲିଙ୍ଗଗତ ବୈଶ୍ୟମ ଠାରୁ ଉଦ୍ଦ୍ୱର୍ରେ ରହି ସେମାନଙ୍କ ପ୍ରମୁଖ ସମସ୍ୟାର ସମାଧାନ କରି ସର୍ବୋତମ ଉନ୍ନତି ଦିଗରେ ପଦକ୍ଷେପ ଗ୍ରହଣ କରିବା ସକାଶେ ଗୁରୁତ୍ୱ ପ୍ରଦାନ କରାଯାଇଛି । ବିଜୁ କନ୍ୟଞା ଋତ୍ନ ଯୋଜନାରେ କନ୍ୟା ରତ୍ନ ବିକଶିତ ହେଲେ ଦେଶ ବିକଶିତ ହେବା ବାର୍ତା ଘରେ ପ୍ରଚାର ଓ ପ୍ରସାର ୁଦ୍ୟମ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସ୍ଥାନୀୟ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ପାତ୍ରଙ୍କ ତତ୍ୱାବଧାନରେ ସ୍ଥାନୀୟ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକର ୧୩ଟି ପଂଚାୟତରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଯୋଗଦେଇ ସ୍ଥାନୀୟ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକର ଦାରୁଭଦ୍ରା, ଦୟାପଲ୍ଲୀ, ଭାବନ୍ଧ, ସାହାପୁର, ବେଲଗାଁ, ରାଳବ, ସିକିରି, ନନ୍ଦିକ, ଶାସନଆମ୍ବଗାଁ, କଂଟେଇକୋଳି ଗ୍ରାମରେ ୨୩ ନବଜାତ ଶିଶୁକନ୍ୟା ଓ ଜନନୀ ମାନଙ୍କୁ ସମ୍ବର୍ଦ୍ଧିତ କରି ବେବି କିଟ୍ ଓ ପ୍ରଶଂସାପତ୍ର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଦାରୁଭଦ୍ରା ସରଂପଚ ଏ. ସୀତା, ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ସରଂପଚ ପ୍ରତିମା ବେହେରା, ଗୌରୀ ସାହୁ, ମାଧବ ପାଣିଗ୍ରାହୀ, ଲିଲିମାଳା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି ସୁପରଭାଇଜର, ବନଜା ବେହେରା, ପୁଷ୍ପଲତା ବେହେରା ପରିଚାଳନା କରିଥିବା ବେଳେ ସଂପୃକ୍ତ ପଂଚାୟତ ଓ ପୌରାଂଚଳର ଅଙ୍ଗନୱାଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ ।


