ଛେଳି ଚୋରକୁ ଧରିଲେ ଗ୍ରାମବାସୀ , ୨ଗିରଫ
ବେଲକୁଣ୍ଠା , (ଯୁଗାବ୍ଦ ନ୍ୟୁଜ) : ଛେଳି ଚରାଉଥିବାବେଳେ ଦୁଇଟି ମୋଟର ସାଇକେଲରେ ୩ଜଣ ବ୍ୟକ୍ତି ଆସି ଛେଳି କିଣିବା ବାହାନାରେ ବିଭିନ୍ନ ଛେଳିକୁ ଦେଖାଇ ତାର ଦାମ ପଚାରିଥିଲେ ଓ ହଠାତ ଏକ କଳା ବୋଦାକୁ ଧରି ଫେରାର ହୋଇଯାଇଥିଲେ । ଛେଳି ଚରାଳି ପାଟି କରିବାରୁ ଗ୍ରାମର ଯୁବକମାନେ ଛେଳି ଚୋରକୁ ପିଛା କରି ତାଙ୍କୁୁ ଧରିବାକୁ ସକ୍ଷମ ହୋଇଥିଲେ । ସୁଚନାପ୍ରକାରେ , ଗାଙ୍ଗପୁର ଥାନା ଅନ୍ତର୍ଗତ ଗମ୍ଭାରିଆ ଗ୍ରାମର ରାମା ନାଇକ ଗୁର୍ରୁବାର ଦିନ ୨ଟା ସମୟରେ ଛେଳି ଚରାଉଥିବାବେଳେ ୩ଜଣ ବ୍ୟକ୍ତି ବାଇକରେ ଆସି ରାମା ପାଖରେ ପହଞ୍ଚି ଥିଲେ । ବିଭିନ୍ନ ଛେଳିର ଦାମ ପଚାରିବା ପରେ ହଠାତ ଗୋଟିଏ କଳା ବୋଦାକୁ ଧରି ଚମ୍ପଟ ମାରିଥିଲେ । ରାମା ପାଟିକରି ଗ୍ରାମବାସୀଙ୍କୁ ଡାକିବା ପରେ ଗ୍ରାମର ୧୦ଜଣ ଯୁବକ ଚୋରମାନଙ୍କ ପିଛା କରି ସୋରଡା ନିକଟରେ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଚୋର ଦୁଇଜଣ ହେଲେ କବିସୂର୍ଯ୍ୟ ନଗର ଅନ୍ତର୍ଗତ ଗୁଢିଆଳି ଛକର ବାବୁଲି ପାତ୍ର ଓ ଦେବୀ ବିହାରର ବାବୁ ଗୌଡ ବୋଲି ଜଣାପଡିଛି । ସେମାନଙ୍କ ନାଁରେ ପୋଲିସରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ ଆସ୍କା କୋର୍ଟ ସ୍ଥାନାନ୍ତାର କରାଯାଇଛି । ଛେଳିଟିକୁ ତାର ସ୍ଲିକକୁ ସ୍ଥାନାନ୍ତର କରାଯାଇଛି ।