ପୋଖରୀରେ ପଡି ୨ବର୍ଷର ଶିଶୁକନ୍ୟା ମୃତ୍ୟୁ
ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଞ୍ଚାୟତ ତରାଇ ସାହିର ୨ ବର୍ଷର ଶିଶୁ କନ୍ୟା ପୋଖରୀରେ ପଡ଼ି ମୃତ୍ୟୁ ଘଟିଛି । ଖବରରୁ ନେବାରୁ ଜଣାଯାଏ ଅର୍ଜୁନପୁର ତରାଇସାହିର ପ୍ରଶାନ୍ତ ବେହେରାଙ୍କ ଝିଅ ସ୍ୱରସତୀ ବେହେରା(୨) ସୋମବାର ଦିନ ଖେଳୁଥିବା ଅବସ୍ଥାରେ ଘରପାଖରେ ଥିବା ପୋଖରୀରେ ପଡିଯାଇଥିଲା । ଘରଲୋକ ଖୋଜା ଖୋଜି ପରେ ପୋଖରିରେ ପଡିଥିବା ଦେଖିବାକୁ ପାଇଥିଲେ । ଗ୍ରାମଲୋକଙ୍କ ସାହାଯ୍ୟରେ ପୋଖରୀରୁ ଉଦ୍ଧାର କରି ପ୍ରଥମେ ଧୁସୁରି ଓ ପରେ ଭଦ୍ରକ ଡାକ୍ତରଖାନା ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଏହି ଅଭାବନୀୟ ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଧୁସୁରି ପୁଲିସ ପକ୍ଷରୁ ଅପମୃତ ମାମଲା ରୁଜୁ କରିବା ସହ ସବ ବ୍ୟବଛେଦ କରି ନିଜ ଗ୍ରାମରେ ସଂସ୍କାର ହୋଇଥିବା ସୂଚନା ମିଳିଛି ।