ମା ବୁଢି ଜାଗୁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ମଢିଆଳୀ ଚାମ୍ପିଅନ
ମଞ୍ଜୁରୀରୋଡ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ଦେଓପଦା ଖେଳ ପଡିଆ ଠାରେ ମା ବୁଢି ଜାଗୁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଫାଇନାଲ ମ୍ୟାଚ କ୍ରିଷ୍ଣା କ୍ରିକେଟ ଟିମ ମଢିଆଳୀ ସହିତ ଛଞ୍ଚିଣା କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଛଞ୍ଚିଣା କ୍ରିକେଟ ଟିମ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମଢିଆଳୀ କ୍ରିକେଟ ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ସମସ୍ତ ଉଇକେଟ ହରାଇ ୧୫୪ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ରାଜୀବ କାଣ୍ଡି ବ୍ୟକ୍ତିଗତ ୪୫ରନ ସଂଗ୍ରହ କରିଥିଲେ । ଜବାବରେ ଛଞ୍ଚିଣା କ୍ରିକେଟ ଟିମ ୧୫ଓଭରରେ ୯ଉଇକେଟ ହରାଇ ୧୪୫ରନ କରି ପରାଜିତ ହୋଇଥିଲା । କ୍ରିଣ୍ଣା କ୍ରିକେଟ ଟିମ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ଉଦଯାପନୀ ସଭାରେ ମୁଖ୍ୟ ଅତିଥିଭାବେ ବ୍ଲକ ଯୁବ ବିଜେଡି ସାଧାରଣ ସମ୍ପାଦକ ସଞ୍ଜିବ କୁମାର ରାଉତ ଯୋଗଦେଇ ଚମ୍ପିଅନ ଓ ରନଅର୍ସଅପ ଟିମକୁ ଟ୍ରଫି ଓ ନଗଦ ଅର୍ଥ ପ୍ରଦାନ କରିଥିଲେ । କ୍ରିଣ୍ଣା କ୍ରିକେଟ ଟିମର ରାଜୀବ କାଣ୍ଡିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଛଞ୍ଚିଣାର ସତ୍ୟଜିତ ଖଣ୍ଡାଇଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା । ସଂଜୟ କୁମାର ସାହୁ ଓ ଜଗନ୍ନାଥ ବେହେରା ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଶ୍ରୀକାନ୍ତ ବାରିକ ଓ ଭାଷ୍ୟକାର ଭାବେ ସରୋଜ କୁମାର ରାଉତ ଦାୟିତ୍ୱ ନିର୍ବାହ କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ମା ବୁଢି ଜାଗୁଳାଇ କ୍ରିକେଟ କ୍ଲବର ସଦସ୍ୟ ସତ୍ୟଜିତ ରାଉତ, ଶୁଭେନ୍ଦୁ ରାଉତ, ସମ୍ବିତ ରାଉତ, ଶ୍ରୀକାନ୍ତ ସାହୁ, ଅଧର ଚନ୍ଦ୍ର ଜେନା, ଆଶିଷ ଜେନା, ଅଭିମନ୍ୟୁ ରାଉତ, ସୁଶାନ୍ତ ରାଉତ, ଓମପ୍ରକାଶ ରାଉତ, ଓଜେଶ ନାୟକ, ଜଗନ୍ନାଥ ରାଉତ, ପ୍ରଦୀପ ଜେନା, ଅଭିଜିତ ଜେନା, ବବୁଲ ଜେନା ପ୍ରମୁଖ ପରିଚାଳନା କରିଥିଲେ ।