ରାଇରଙ୍ଗପୁରରେ ଜାତୀୟ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉଦ୍ଘାଟିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅତିରିକ୍ତ ଆଂଚଳିକ ପରିବହନ କାର୍ଯ୍ୟାଳୟ ,ସଡ଼କ ସୁରକ୍ଷା ସମିତି , ରାଇରଙ୍ଗପୁର ମହାବିଦ୍ୟାଳୟ ଏନ ଏସ ଏସ,ବାମନଘାଟୀ ଟ୍ରକ ମାଲିକ ସଂଘ ମିଳିତ ପ୍ରୟାସରେ ୧୯-୧-୨୦୨୧ ତାରିଖ ପୂର୍ବାହ୍ନରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ରାଇରଙ୍ଗପୁର ଆଇଆଇସି ରେଣୁବାଳା ସାହୁ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଅତିରିକ୍ତ ଆଂଚଳିକ ପରିବହନ ଅଧିକାରୀ ମନୋଜ କୁମାର ଟପ୍ନୋ ଯୋଗଦେଇ ସବୁଜ ପତାକା ଦେଖାଇ ସଚେତନତା କାର୍ଯ୍ୟକ୍ରମ ଉଦ୍ଘାଟନ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୧ ଚଳିତ ମାସ ଜାନୁୟାରୀ ୧୮ ତାର ଠାରୁ ୧୭ ଫେବୃଆରୀ ପର୍ଯ୍ୟନ୍ତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ମଧ୍ୟ ପାଳନ କରାଯାଉଅଛି । ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ବିଶେଷ କରି ମୋଟର ଯାନବାହାନ ଚଳାଚଳ ବେଗ,ଗାଡ଼ି ଚାଳନା ନିୟମ, ଟ୍ରାଫିକ ନିୟମ,ଓଭର ଲୋଡିଂ, ବିନା ଲାଇସେନ୍ସ ନାରୀ ଯାନବାହାନ ଚାଳକ,ହେଲମେଟ,ସିଟ୍ ବେଲ୍ଟ,ଆଦି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏଥିପାଇଁ ଏକ ସଚେତନତା ରଥ ସହ ବିଶାଳ ଶୋଭାଯାତ୍ରା ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ରାଇରଙ୍ଗପୁର ସହର ପରିକ୍ରମା ସହ ରାଇରଙ୍ଗପୁର ଅତିରିକ୍ତ ଆଂଚଳିକ ପରିବହନ କାର୍ଯ୍ୟାଳୟ ପହଞ୍ଚିଥିଲା । ରାସ୍ତାରେ ପଥିକ ମାନଙ୍କୁ ସଚେତନ କରାଯିବା ସହ ସଡ଼କ ସୁରକ୍ଷା ସଚେତନତା ନେଇ ଲିଫଲେଟ ବଣ୍ଟନ କରାଯାଇଥିଲା । ଏଥିପାଇଁ ବିଭାଗ ତରଫରୁ ଜନ ସାଧାରଣଙ୍କ ସହଯୋଗ କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏମଭିଆଇ କନ୍ଦ ନାଏକ,ଏମଭିଆଇ ଆଶୁତୋଷ ନାଏକ,ସୁନିଲ ଓଝା, ବାମନଘାଟୀ ଟ୍ରକ ମାଲିକ ସଂଘର ରଘୁନନ୍ଦନ ରାଉତ, ଉପେନ୍ଦ୍ର ସିଂ, ରାଇରଙ୍ଗପୁର ମହାବିଦ୍ୟାଳୟର ଏନ୍ଏନ୍ଏସ ଅଧିକାରୀ ରାଜେଶ ରାମ ଓ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।


