ଜିଲ୍ଲା ବିଜେପି ସମ୍ପାଦକଙ୍କୁ ଶୁଭେଚ୍ଛାର ସୁଅ
ହାଟଡିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ବିଜେପି ନେତା ଜ୍ଞାନ ରଞ୍ଜନ ସାମନ୍ତ ସିଂହାର କେନ୍ଦୁଝର ଜିଲ୍ଲାର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେବାପରେ ସୁବସ୍ତରରୁ ତାଙ୍କୁ ଶୁଚ୍ଛୋର ସୁଅ ଛୁଟିଛି । ଜ୍ଞାନରଞ୍ଜନ ଜଣେ ଅନୁଭବୀ, ଦକ୍ଷ ସଂଗଠକ ଭାବେ ଖାଲି କେନ୍ଦୁଝର ନୁହଁ ରାଜ୍ୟ ବିଜେପିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଗତକାଲି ତାଙ୍କୁ ଜିଲ୍ଲା ବିଜେପି ସଭାପତି ସବୁଜ ମହାନ୍ତ ବର୍ମା ତାଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋୀତ କରିବାପରେ ସମଗ୍ର ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଜି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ସମେତ ବିଭିନ୍ନ ମଣ୍ଡଳର ସଭାପତି ଓ କର୍ମୀମାନେ ତାଙ୍କ ବାସଭବନରେ ପହଞ୍ଚି ଉତ୍ତରୀୟ ଓ ପୁଷ୍ପଗୁଚ୍ଛଦେଇ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି ।


