ସଡ଼କ ସୁରକ୍ଷା ମାସ ପାଳିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଡ଼କ ସୁରକ୍ଷା ମାସ ପାଳିତ ହୋଇଯାଇଛି । ପୂର୍ବରୁ ପ୍ରତିବର୍ଷ ସଡ଼କ ସୁରକ୍ଷା ସଚେତନତା ସକାଶେ ସପ୍ତାହେ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ବର୍ତମାନ ପରିସ୍ଥିତିରେ ଦିନକୁ ଦିନ ସଡ଼କ ଦୂର୍ଘଟଣା ବୃଦ୍ଧି ପାଉଥିବାରୁ ଜନସାଧାରଣଙ୍କ ସଚେତନତା ସକାଶେ ଚଳିତ ବର୍ଷ ଅଧିକ ସଚେତନତା ସୃଷ୍ଟି କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୀର୍ଘ ୧ମାସ ଧରି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ଚଳିତ ବର୍ଷ ଜାନୁୟାରୀ ୧୮ ତାରିଖ ଠାରୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ୧ମାସ ଧରି ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ପୁଲିସ ପ୍ରଶାସନ ଓ ଗଞ୍ଜାମ ଜିଲ୍ଲା ଆଂଚଳିକ ପରିବହନ ପ୍ରାଧିକରଣ ମିଳିତ ଆନୁକୂଲ୍ୟରେ ୩୨ତମ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଛି । ଏ ନେଇ ଶନିବାର ପୂର୍ବାହ୍ନରେ ସ୍ଥାନୀୟ ପୌରାଂଚଳ ବସ ଟର୍ମିନାଲ ପରିସରରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଓ ସମ୍ମାନିତ ଅତିଥି ଭାବେ ଦକ୍ଷିଣାଂଚଳ ଜୋନ ଡ଼େପୁଟି କମିଶନର ଲାଲମୋହନ ସେଠି, ଆଂଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ, ମୋଟରଯାନ ଅଧିକାରୀ ଶିବପ୍ରସାଦ ଚୌଧୁରୀ, ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ପ୍ରମୁଖ ମଂଚାସୀନ ଥିଲେ । ଉକ୍ତ ବୈଠକରେ ସଡ଼କ ସୁରକ୍ଷା ସର୍ମ୍ପକରେ ସଚେତନ କରାଇବା ସହ ୧୮ବର୍ଷରୁ କମ୍ ବୟସ୍କ ମାନେ ଗାଡ଼ି ଚାଳନା ନକରିବା, ବାଇକ୍ ଚାଳନା ସମୟରେ ହେଲମେଟ ଓ ୪ ଚକିଆ ଯାନ ଚାଳନା ସମୟରେ ସିଲ୍ଟ ବେଲ୍ଟ ବ୍ୟବହାର କରିବା , ମାଦକ ଦ୍ରବ୍ୟ ସେବନ କରି ଗାଡ଼ି ଚାଳନା ନକରିବା, ଗାଡ଼ି ଚାଳନା ସମୟରେ ମେବାଇଲ ବ୍ୟବହାର ନକରିବା,ଦୃତ ଗତିରେ ଗାଡ଼ି ଚାଳନା ନକରିବା ଓ ଗାଡ଼ି ଚାଳନା ସମୟରେ ଗାଡ଼ିର ଆବଶ୍ୟକ କାଗଜପତ୍ର ରଖିବାକୁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ । ପରେ ଏକ ସାଇକେଲ ର‌୍ୟାଲିକୁ ଅତିଥି ବୃନ୍ଦ ସବୁଜ ପତକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ସଡ଼କ ସୁରକ୍ଷା ସ୍ଳୋଗାନ ଓ ବ୍ୟାନର, ପ୍ଳାକାର୍ଡ଼ ଓ ଲିଫଳେଟ ପ୍ରଦାନ କରି ର‌୍ୟାଲିରେ ବସ ଟର୍ମିନାଲ ଠାରୁ ବଇଁଚବଣିଆ, ୫୯ ନଂ ଜାତୀୟ ରାଜପଥ ନେଇ ଆରଏମସି ଛକ ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଇଂଟରକେପ୍ଟର ଅଧିକାରୀ ହୃଷିକେଶ ମହାପାତ୍ର, ପ୍ରଫୁଲ ବେହେରା, ପୌର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ତ୍ରିରଙ୍ଗା ସେବା ସଂଘ ସଭାପତି ରଂଜନ କୁମାର ସାହୁ, ମା ବ୍ୟାଘ୍ରଦେବୀ ଘରୋଇ ବସ ମାଲିକ ସଂଘ ସଭାପତି ଅରକ୍ଷିତ ଜେନା, ସଭ୍ୟ କୋରାମଣି ରାଉଳ, ଶୁସାନ୍ତ ପ୍ରଧାନ, ଅରୁଣ ନାହାକ, ଥାନା ଏସ. ଆଇ. ରାଘବ ପ୍ରଧାନ, ଗୋପାଳକୃଷ୍ଣ ଆଗୁ ପାତ୍ର, ଡ଼ି.ମୋହନ, ଅକ୍ଷୟ ସାହୁ, ବସନ୍ତ ଉପାଧ୍ୟାୟ, ପୌର କର୍ମଚାରୀ , ତ୍ରିରଙ୍ଗା ସେବା ସଂଘର ସଦସ୍ୟ ବୃନ୍ଦ, ମା ଶ୍ୟାମଳାଇ ଅଟୋ ସଂଘର ବହୁ ମାଲିକ ଓ ଚାଳକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ହିଞ୍ଜିଳି ଥାନା ଏସ.ଆଇ. ବାସୁଦେବ ଭୋଇ ପରିଚାଳନା କରିଥିବା ବେଳେ ପୁଲିସ କର୍ମଚାରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ