ଅତିରିକ୍ତ ସଚିବଙ୍କ ଗଜପତି ଗସ୍ତ; ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଅତିରିକ୍ତ ସଚିବ ପବିତ୍ର ମଣ୍ଡଳ ଗଜପତି ଜିଲ୍ଲା ଗସ୍ତରେ ଆସି ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବର୍ତ୍ତମାନ ଗଜପତିରେ ଚାଲିଥିବା ଜଙ୍ଗଲ ଅଧିକାର ଆଇନ୍ , ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଧାନ କିଣା, ସ୍କୁଲ ପରିଚାଳନା ଆଦି ସହ ସରକାରଙ୍କ ଅନ୍ୟାନ୍ୟ ଲୋକାଭିମୁଖୀ କାର୍ଯ୍ୟକ୍ରମର ସ୍ଥିତି ଏବଂ ଏହାର କାର୍ଯ୍ୟ ଗତି ପରଖିବା ସହ ଏଗୁଡିକର ସୁଫଳ ଲୋକଙ୍କ ନିକଟରେ ପହଞ୍ଚୁଛି ନା ନାହିଁ ତାହାର ସମସ୍ତ ଅନୁଧ୍ୟାନ କରୁଛନ୍ତି । ସେ ଏକ ସପ୍ତାହ ମଧ୍ୟରେ ଉଭୟ ଗଜପତି ଓ ରାୟଗଡ ଜିଲ୍ଲାର ସ୍ଥିତି ପରଖିବା ସହ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାଯାଇଛି । ଗତକାଲି ଓ ଆଜି ସେ ଗଜପତି ଜିଲ୍ଲାରେ ଏସବୁ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ସ୍ଥାନ ବୁଲି ନିର୍ମାଣାଧିନ ସ୍କୁଲ ଏବଂ ହଷ୍ଟେଲ କୋଠା କାମର ତଦାରଖ କରୁଛନ୍ତି । ସେ ପାରଳାଖେମୁଣ୍ଡି ନିକଟରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ନିର୍ମାଣ ଚାଲିଥିବା ଏକ ୫ଶହ ଶଯ୍ୟା ବିଶିଷ୍ଟ ହଷ୍ଟେଲ କୋଠା କାମ ଦେଖିବା ସହ ଜିଲ୍ଲାର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ସମୟରେ ତାଙ୍କ ସହ ପାରଳାଖେମୁଣ୍ଡି ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ ବେହେରା ଉପସ୍ଥିତ ରହି ତାଙ୍କ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ନିର୍ମାଣ କାମକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ କାମକୁ ଅତିଶୀଘ୍ର ସାରିବା ସହ ଏଠାରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ରହିବା ଦିଗରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ