ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ନେତାଜୀ ଜୟନ୍ତୀ କମିଟି କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସ୍ୱାଧୀନତା ସଂଗ୍ରାମର ମହାନ ସଂଗ୍ରାମୀ, ଆପୋଷହୀନ ଧାରାର ଶେଷ୍ଠ ଅଭିବ୍ୟକ୍ତି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କମିଟି ସଭାପତି ଡଃ. ବାସୁଦେବ ଦାସଙ୍କ ପୈାରହିତ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ଉତ୍ସବରେ କମିଟିର ସମ୍ପାଦକ ପବିତ୍ର ମୋହନ ପଟ୍ଟନାୟକ ବର୍ଷ ତମାମ ଏହି ମହାନ ଯୋଦ୍ଧାଙ୍କର ୧୨୫ତମ ଜନ୍ମ ବାର୍ଷିକୀ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନାକରି ମହାନ ନେତାଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କରିଥିଲେ । ଉତ୍ସବରେ ବିଶିଷ୍ଟ ଅତିଥି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ଓ କରୁଣାକର ଦାସ ନିଜର ବକ୍ତବ୍ୟ ଉପସ୍ଥାପନ କରି ନେତାଜୀଙ୍କ ସଂଗ୍ରାମର ବିଭିନ୍ନ ପ୍ରାସଙ୍ଗିକ ବିଷୟ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୁଭାଂଶୁ କୁମାର ଦାସ, ଅରୁଣ ପରମାଣିକ, କାର୍ତ୍ତିକ ଚନ୍ଦ୍ର ନାୟକ, ଡଃ. ରତ୍ନାକର ମଲ୍ଲିକ, ଆଶିଷ ସେନାପତି, ପ୍ରଦୀପ କୁମାର ଦାଶ, କେଦାର ସାମନ୍ତରାୟ, ସଞ୍ଜୟ କୁମାର ଜେନା, ନିକୁଞ୍ଜ ପୃଷ୍ଟି, ଗୋଲଖ ସେଠୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଏଲିନା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ