ନାଉଗାଁ ବ୍ଳକରେ ୭୨ତମ ଗଣତନ୍ତ୍ର ଦିବସ ପାଳନ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକରେ ମଙ୍ଗଳବାର ୭୨ତମ ଜନରାଜ୍ୟ ଦିବସ ପାଲନ କରାଯାଇଛି । ଏହି ଅବସରରେ ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟରେ ବିଡିଓ ରଶ୍ମିରେଖା ମଲ୍ଲିକ,ତହସିଲ କାର୍ଯ୍ୟାଳୟରେ ତହସିଲଦାର ଜେ.କଳ୍ପନା,ନାଉଗାଁ ଥାନାରେ ଭାରାପ୍ରାପ୍ତ ଅଧିକାରୀ ଭରତ କୁମାର ବେହେରା,ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସୁନନ୍ଦନ ମହାନ୍ତି, ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡଃ.ଚାଇନା ପ୍ରଧାନ ,ଶ୍ରୀ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଧିକାରୀ ଲେଙ୍କା, ମା’କୁତାମଚଣ୍ଡୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରସନ୍ନ ବାରିକ ପତକା ଉତୋଳନ କରିଥିଲେ । ସେହିପରି ବିଭିନ୍ନ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ,ଗ୍ରାମ ପଂଚାୟତ କାର୍ଯ୍ୟାଳୟ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ରାଜନୈତିକ କାର୍ଯ୍ୟାଳୟ ଗୁଡିକରେ କୋଭିଡ କଟକଣା ଅନୁଯାୟୀ ପତାକା ଉତୋଳନ କରାଯାଇଥିଲା । ଏହି ପରିପ୍ରକ୍ଷୀରେ ବ୍ଲକ ଛାତ୍ର କଂଗ୍ରେସ ପକ୍ଷରୁ ଅଙ୍ଗେଶ୍ୱରପଡାସ୍ଥିତ ଆଦିବାସୀ ବସ୍ତିରେ ଜାତୀୟ ପତାକା ଉତୋଳନ କରାଯାଇଥିଲା । ପରେ ବସ୍ତିର ପିଲାମାନଙ୍କୁ ଖାତା,କଲମ,ମାସ୍କ ଆଦି ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର କଂଗ୍ରେସ ପୂର୍ବତନ ସଂଯୋଜକ ସୁନିଲ ମାଟିଆ, ଶିଖର ସରପଂଚ ଅକ୍ଷୟ ଜେନା,ଜିଲ୍ଲା ଯୁବ କଂଗ୍ରେସ ମୁଖପାତ୍ର କ୍ରିଷ୍ଣାନନ୍ଦ ସାହୁ,ସଂପାଦକ ରଶ୍ମୀରଂଜନ ତ୍ରିପାଠୀ, ପ୍ରଦୀପ୍ତ ମୁଦୁଲି, ସୈାମ୍ୟ ସଂଜୀବ ଦାସ ଆଦି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ