କୋଣାର୍କରେ ଓଡିଶା ପ୍ରଦେଶ କଂଗ୍ରେସ ର ବନ୍ଧୁ ମିଳନ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା) : ଓଡ଼ିଆ ପ୍ରଦେଶ କଂଗ୍ରେସ ତରଫରୁ କୋଣାର୍କ ଭଗବତୀ ପୀଠରେ ଏକ ବନ୍ଧୁ ମିଳନ ଓ ସମସ୍ୟା ସମାଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ନଗର ସଭାପତି ଉପେନ୍ଦ୍ର କାଣ୍ଡି ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ ଯୋଗଦେଇ କୋଣାର୍କ ରେ ଥିବା ବିଭିନ୍ନ ସମସ୍ୟାର କିପରି ସ୍ଥାୟୀ ସମାଧାନ କରାଯାଇପାରିବ ସେ ସମ୍ପର୍କରେ ନିଜ ଅଭିଭାଷଣ ମାଧ୍ୟମରେ ଆଲୋଚନା କରିଥିଲେ । ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିବା ଓଡିଶା ପ୍ରଦେଶ କଂଗ୍ରେସ କୃଷକ ସେଲ ର ସଭାପତି ଅମୀୟ ପଟନାୟକ କୋଣାର୍କରେ ଦୀର୍ଘ ଦିନ ଧରି ଲାଗିରହିଥିବା ଗୁରୁତର କୃଷି ଓ କୃଷକ ସମସ୍ୟାର ସମାଧାନ ସମ୍ପର୍କରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି ବିଶ୍ଵ ଭୂଷଣ ଦାସ,ଯୁବ ସଭାପତି ସ୍ଵାଧୀନ ନାୟକ, ସୁବାସ ନାୟକ,ବିସ୍ୱାବସୁ ମହାପାତ୍ର,ବିନାୟକ ଦାସ ମହାପାତ୍ର, ବିଜୟ ନନ୍ଦୀ,ପୂର୍ବତନ କୋଣାର୍କ ନଗର ସଭାପତି ଭାରତ ଚନ୍ଦ୍ର ପାଢ଼ୀ,ନଟବର ନାୟକ,ସୁବୋଧ ଖଟୁଆ,ଲୋକନାଥ ବେହେରା ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି କୋଣାର୍କରେ ଥିବା ୯ ଗୋଟି ମୌଜାର ଜମି ଜମା ସମସ୍ୟା ର ସ୍ଥାୟୀ ପଟ୍ଟା,କୋଣାର୍କ ହସ୍ତଶିଳ୍ପ ବ୍ୟବସାୟୀ ଓ ସାଧାରଣ ବ୍ୟବସାୟୀ ଙ୍କ ର ସ୍ଥାୟୀ ସମାଧାନ,କୋଣାର୍କ ମହାବିଦ୍ୟାଳୟ ଜମି ଜମା ସମସ୍ୟା ର ସ୍ଥାୟୀ ସମାଧାନ ଓ ୟୁ ପି ଏ ସରକାର ଙ୍କ ସମୟରେ (୨୦୧୨-୧୩) ରେ ଶୁଭାରମ୍ଭ ହୋଇଥିବା ମାତୃମଙ୍ଗଳା ହସ୍ପିଟାଲ ର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ