ସୂର୍ଯ୍ୟମନ୍ଦିର ପାଇଁ ଜିଲ୍ଲାପାଳ ଙ୍କ ଭିତ୍ତିଭୂମି ଅନୁଧ୍ୟାନ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):ବିଶ୍ୱ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଘୋଷଣା ପରେ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଜିଲ୍ଲା ର ପ୍ରଶାସନିକ ଅଧିକାରୀ ମାନଙ୍କ ସହ ବୁଧବାର ଅପରାହ୍ନରେ କୋଣାର୍କ ରେ ପହଞ୍ଚି ହେବାକୁ ଥିବା ବିକାଶର ଭିତ୍ତିଭୂମି କୁ ଅନୁଧ୍ୟାନ କରିଛନ୍ତି | କୋଣାର୍କର ଚର୍ତ୍ତୃପାର୍ଶ୍ଵ କୁ ପର୍ଯ୍ୟଟକଙ୍କ ଆକୃଷ୍ଟ ପାଇଁ ସୌନ୍ଦର୍ଯ୍ୟରଣ କରାଯିବା ସହ ମନ୍ଦିର ଠାରୁ ୩୦ ଏକର ଏରିଆକୁ ସଂପୂଣ୍ଣ ମୁକ୍ତ ରଖାଯାଇ ଏହାକୁ ବିକାଶ କରାଯିବ ବୋଲି ଜଣାପଡିଛି । ତାହା ସହିତ ସହର ରେ ଟ୍ରାଫିକ ସମସ୍ୟା କୁ ହଟାଇବା ପାଇଁ ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା ସହ ଏକ ୬ଲେନେ ବିଶିଷ୍ଟ ରିଂ ରୋଡ଼ କରାଯିବାକୁ ଆଗରୁ ଯୋଜନା ପ୍ରସ୍ତୁତ କରାଯାଇଛି । ତାହାକୁ ବାସ୍ତବ ରୂପରେଖ ଦେବା ଓ ଖୁବ ଶ୍ରୀଘ୍ର କାର୍ଯ୍ୟକାରିକରିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଓ ବରିଷ୍ଠ ଅଧିକାରୀ ମାନେ ଅଞ୍ଚଳ ର ବିଭିନ୍ନ ସ୍ଥାନ ବୋଲି ଦେଖିଛନ୍ତି । ଏଠାରେ ସୂଚନା ଥାଉକି ଆପାତ ୫୦ କୋଟି ଟଙ୍କା ଅଟକଳରେ ନିର୍ମାଣ ହେବାକୁ ଥିବା ରିଂ ରୋଡ଼ କାର୍ଯ୍ୟ ପ୍ରଥମେ ଆରମ୍ଭ ହେବାକୁ ଯୋଜନା ଚାଲୁଛି ଯାହାର ମାଷ୍ଟର ପ୍ଲାନ ଡ୍ରଇଙ୍ଗି ଧରି ଜିଲ୍ଲାପାଳ ରିଂ ରୋଡ ହେବାକୁ ଥିବା ଅଞ୍ଚଳ ମାନ ବରିଷ୍ଠ ଅଧିକାରୀଙ୍କ ସହ ଗ୍ରସ୍ତ କରି ସ୍ଥିତି ଅନୁଧ୍ୟାନ କରି ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା ବରିଷ୍ଠ ଅଧିକାରୀ ମାନଙ୍କ ସହ କରିଛନ୍ତି। ରିଂ ରୋଡ଼ ହେଲେ କେଉଁ କେଉଁ ମାନେ ଉଚ୍ଛେଦ ହେବେ ଓ କେତେ ସରକାରୀ ଘର ଓ ଘରୋଇ ବାସ ଗୃହ ଏବଂ ବ୍ୟବସାୟୀ କ୍ଷେତି ଗ୍ରସ୍ତ ହେବ ସେ ବିଷୟରେ ସମସ୍ତ ତଥ୍ୟ ସ୍ଥାନୀୟ ତହସିଲିଦାର ଓ ବରିଷ୍ଟ ସ୍ଥାନିୟ ଅଧିକାରୀ ତୁରନ୍ତ ଦେବାପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ