ନାଉଗାଁ ବ୍ଳକ ଓଷ୍ଟାର ନୂତନ କର୍ମକର୍ତା ମନୋନୀତ

ନାଉଗାଁ,(ଓ୍ବାଇଏନ୍ଏସ୍): ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ନାଉଗାଁ ବ୍ଲକ ସଂଘ ପକ୍ଷରୁ ଏକ ସାମ୍ବିଧାନିକ ବୈଠକ ସ୍ଥାନୀୟ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଓଷ୍ଟାର ସଭାପତି ନିରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ମୁଖ୍ୟବକ୍ତା ଭାବେ ଜିଲ୍ଲା ଓଷ୍ଟାର ସଂପାଦକ ନାରାୟଣ ଚନ୍ଦ୍ର ବାରିକ, ସମ୍ମାନୀତ ଅତିଥିଭାବେ ଯୁଗ୍ମ ସଂପାଦକ ଅନିଲ ଜେନା, ଅମୂଲ୍ୟ କୁମାର ମିଶ୍ର, ଜଗତସିଂହପୁର ବ୍ଳକ ଓଷ୍ଟାର ସଭ୍ୟ ବିପିନ ବିହାରୀ ବେହେରା ପ୍ରମୁଖ ଯୋଗ ଦେଇ ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ଓ ଶିକ୍ଷାର୍ଥୀମାନଙ୍କର ବିକାଶ ପାଇଁ ଓଷ୍ଟା ତାର ସଂଗ୍ରାମ ଜାରୀ ରଖିଛି ବୋଲି ମତବ୍ୟକ୍ତ କରିଥିଲେ । ପରେ ନାଉଗାଁ ବ୍ଲକ ଓଷ୍ଟା ସଂଗଠନକୁ ସୁଦୃଢ କରିବା ପାଇଁ ବ୍ଲକ ସଂଗଠନର ନୂତନ କର୍ମକର୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ସୁକାନ୍ତ କୁମାର ଲେଙ୍କା, କାର୍ଯ୍ୟକାରୀ ସଭାପତି ଭାବେ ବଂଶୀଧର ଦାସ, ଉପସଭାପତି ପୁଷ୍ପଲତା ନାୟକ ଓ ଆନନ୍ଦ ଚନ୍ଦ୍ର ତରାଇ, ସଂପାଦକ ହିମାଂଶୁ ମହାନ୍ତି, ସହସଂପାଦକ ଚିତରଂଜନ ମହାନ୍ତି ଓ ଅଶୋକ କୁମାର ଫାରକ୍‌, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଆଦର୍ଶ କୁମାର ଦାସ ଓ ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ, ରାଜ୍ୟ ପରିଷଦ ସଭ୍ୟ ବସନ୍ତ କୁମାର ସ୍ୱାଇଁ ଓ ସୌଦାମିନୀ ରାୟ, ଉପଦେଷ୍ଟା ଭାବରେ ତପନ କୁମାର ସିଂ, ଜ୍ୟୋତ୍ସ୍ନା କୁମାରୀ ପଟ୍ଟନାୟକ, ମନୋରମା ରାଉତ ପ୍ରମୁଖ ମନୋନୀତ ହୋଇଥିଲେ । ନବନିର୍ବାଚିତ କର୍ମକର୍ତାମାନଙ୍କୁ ଉପଦେଷ୍ଟା ତପନ କୁମାର ସିଂ ଶପଥପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିନତ କୁମାର ଖୁଂଟିଆ, ନୃସିଂହ ଚରଣ ରାଉତ, ପ୍ରଶାନ୍ତ କୁମାର ଦାସ, ସଂଧ୍ୟାରାଣୀ ନାୟକ, ଯଚୀନ୍ଦ୍ର କୁମାର ପରିଜା ଓ ଅକ୍ଷୟ କୁମାର ରାଉତ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ