ପିଇଓ ଓ ସରପଚଂଙ୍କ ନାମରେ ୫ଟି ଅଭିଯୋଗ ଆଣିଲେ ୭ ୱାର୍ଡ ମେମ୍ବର ସମେତ ଗ୍ରାମବାସୀ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ରାଜ୍ୟ ଓ କେନ୍ଦ୍ର ସରକାର ଅଚଂଳର ବିକାଶ ନିମନ୍ତେ ପ୍ରତ୍ୟେକ ପଚାଂୟତର ସରପଚଂ ଚୟନ କରି ଅଚଂଳର ମୌଳିକ ସୁବିଧାକୁ ସମାଧାନ କରିବା ପାଇଁ ଗ୍ରାମବାସୀ ଭଲ ମନ୍ଦରେ ସାଥି ହୋଇ ଉନ୍ନତି ନିମନ୍ତେ ପ୍ରତ୍ୟେକ ୱାର୍ଡରେ ୱାଡ ମେମ୍ବର ଗଠନ କରି ସରପଚଂଙ୍କ ପାଖରେ ଯେପରି ନିଜ ନିଜ ୱାଡର ସମସ୍ୟା ସମାଧାନ ପାଇଁ ଜଣାଇ ପାରିବେ ଏବଂ ସରପଚଂ ତାକୁ ପିଇଓଙ୍କ ମାଧ୍ୟମରେ ଜିଲ୍ଲାପାଳ, ବିଡିଓଙ୍କୁ ଜଣାଇ ମୌଳିକ ସମସ୍ୟାର ସମାଧାନ କରିପାରିବେ । ତେଣୁ ପଚାଂୟତବାସୀ ନିର୍ବାଚିତ କରି ସରପଚଂଙ୍କୁ ମୁଖୀଆଭାବେ ଜିତେଇ ଥାଆନ୍ତି । ହେଲେ ଏହାର ବିପରିତ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକର ନୂତନ ପଚାଂୟତ ବଡଖଣି ଗ୍ରାମରେ । ହେଲେ ସରପଚଂ ଓ ପିଇଓ ନିଜ ମନମୁଖୀ ଭାବେ ନିଜ କାର୍ଯ୍ୟଭାର ତୁଲାଇ ଆସୁଥିବା ଦେଖି ଗ୍ରାମବାସୀ ଓ ୭ ୱାର୍ଡ ମେମ୍ବର ୨ ଜଣଙ୍କ ବିରୋଧରେ ଆଣିଛନ୍ତି ୫ଟି ଅଭିଯୋଗ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଛନ୍ତି । ୧. ଆଜକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ୱାର୍ଡ ମେମ୍ବରକୁ ନଡାକି ନିଜ ମନମୁତାବକ ଭାବେ ଟଙ୍କା ଖର୍ଚ୍ଚ କରିବା, କୌଣସି ପ୍ରକାର ଉନ୍ନତି ମୂଳକ କାମ କରିବା ପାଇଁ ବୈଠକ ଡାକି ନାହାନ୍ତି । ୨. ସରପଚଂ ମହୋଦୟା ପିଇଓଙ୍କ ସହ ସଲାସୁତରା କେଉଁ ଦିଗରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାରି ସମ୍ପର୍ଣ୍ଣ ବିବରଣୀ ଜଣାଉନାହାନ୍ତି କି ମାସିକ ବୈଠକ ମଧ୍ୟ ଡାକୁ ନାହାନ୍ତି । ପଚାଂୟତରେ ଅନେକ ସମସ୍ୟା ଥିଲେ ମଧ୍ୟ କୌଣସି ପ୍ରକାର ମତାମତ ୱାର୍ଡ ମେମ୍ବରଙ୍କ ଠାରୁ ନେଉଁ ନାହାନ୍ତି । ୩. କୋରୋନା ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ରୋଷେଇ କରୁଥିବା ଲୋକଙ୍କୁ ପାରିଶ୍ରମିକ ମୂଲ୍ୟ ଦେଇ ନାହାନ୍ତି । ସେଗୁଡିକା ହେଲା ୧. ମଦର ତେରେସା, ୨. ଭିକ୍ଟୋରିଆ ଶକ୍ତି ଗୃପ, ୩. ଝାନ୍ସିରାଣୀ ଗୃପ, ୪. ଜୀବନ ଜ୍ୟୋତି ମିଶନ ଶକ୍ତି ଗୃପ, ୫. କରମାଣୀ ମିଶନ ଶକ୍ତି ଗୃପ, ୬. ନିର୍ମଳା ଗୃପ, ୭. ଉତ୍କଳ ଜନନୀ ଗୃପ ଏହି ୭ଟି ଗୃପ ପ୍ରତ୍ୟେକ ଦିନ ପ୍ରବାସୀମାନଙ୍କୁ ରୋଷେଇ କରି ଯୋଗାଉ ଥିଲେ କିନ୍ତୁ ସେମାନଙ୍କୁ ବର୍ତମାନ ସୁଦ୍ଧା ବକେୟା ଟଙ୍କା ମିଳିନାହିଁ । ୪. ସରପଚଂ ମହୋଦୟା କୌଣସି ଦୁଖୀ ରଙ୍କିଙ୍କ ଗୁହାରୀ ଶୁଣୁ ନାହାନ୍ତି, କୌଣସି ପ୍ରକାର ଜରୁରୀ କାଳୀନ ପରିସ୍ଥିତିରେ ସରପଚଂଙ୍କ ଦସ୍ତଖତ ଆବଶ୍ୟକ ଥିଲେ ସରପଂଚଙ୍କ ଦେଖା ମିଳୁନାହିଁ । ୫. କରୋନା ସମୟରେ ଅସ୍ଥାୟୀ ମେଡିକାଲ ପାଇଁ କାର୍ଯ୍ୟ କରୁଥିବା ଦିନ ମଜୁରିଆମାନଙ୍କୁ ମଜୁରୀ ଟଙ୍କା ପ୍ରଦାନ କରି ନାହାନ୍ତି । ଆଜକୁ ୭ ମାସ ବିତିଯାଇଥିଲେ ମଧ୍ୟ ସାନଖଣି ପ୍ରାଥମିକ ବିଦ୍ୟାଳୟକୁ ଅସ୍ଥାୟୀ ମେଡିକାଲ କାର୍ଯ୍ୟ କରିବା ପାଇଁ ୪ରୁ ୫ ଦିନ ଲେଟିନ କାମ ଭଳି ଅନେକ ସଫାସୁତରା କାମ କରି ଆସିଥିଲେ କିନ୍ତୁ ଦୁଃଖର ବିଷୟ ପିଇଓ ପ୍ରଭାକର ପ୍ରଧାନ ଆମକୁ ମଜୁରୀ ଟଙ୍କା ଦେଇ ନାହାନ୍ତି । ସେହିପରି ଆହୁରି ୧୦ଟି ଅଭିଯୋଗ ମଧ୍ୟ ଲିଖିତ ଭାବେ ବିଡିଓ ବଂଶିଧର ଖୋସଲାଙ୍କୁ ଆଜି ପ୍ରଦାନ କରିଛନ୍ତି । ମୁଖ୍ୟତଃ ବଡଖଣୀରେ କାର୍ଯ୍ୟରତ ରହୁଥିବା ପିଇଓ ପ୍ରଭାକର ପ୍ରଧାନଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ଅନୁସାରେ ମୋହନାକୁ ବଦଳି କରିଦିଆଯାଇଛି କିନ୍ତୁ ୪ ମାସ ବିତିଲାଣି ପିଇଓ ପ୍ରଧାନ ନିଜ ଜାଗା ଛାଡିବା ପାଇଁ ଅରାଜି ସେହିପରି ୩ଟି ପଚାଂୟତର ଦାୟିତ୍ୱରେ ରହି ପ୍ରଧାନ ଅନେକ ଟଙ୍କା ଲୁଟି ଉନ୍ନତି ମୂଳକ କାମକୁ ବାଧାବିଘ୍ନ ସୃଷ୍ଟି କରୁଛନ୍ତି । ଏହି ସବୁ ଅଭିଯୋଗ ତୁରନ୍ତ ସମାଧାନ ନହେଲେ ୭ ଦିନ ମଧ୍ୟରେ ଆଗାମୀ ଦିନରେ ପିଇଓଙ୍କ ପଚାଂୟତ କାର୍ଯ୍ୟାଳୟରେ ତାଲା ପକାଇ ରଖି ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ୭ ୱାର୍ଡ ମେମ୍ବର ଓ ଗ୍ରାମବାସୀ । ଏ ବିଷୟରେ ବିଡିଓ ବଂଶିଧର ଖୋସଲା କହିଛନ୍ତି ୨ ଦିନ ମଧ୍ୟରେ ତଦନ୍ତ କରି ତୁରନ୍ତ ସମାଧାନ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।


