ଫୁଲବାଣୀ ପୋଲିସ ହାଇସ୍କୁଲର ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ମାଦିକୁନ୍ଦା ରିଜର୍ଭ ପୋଲିସ ପଡିଆଠାରେ ଥିବା ପୋଲିସ ହାଇସ୍କୁଲର ସହକାରୀ ଶିକ୍ଷକ ବିହାରୀ ରଞ୍ଜନ ପଟ୍ଟନାୟକଙ୍କ ଚାକିରିରୁ ଅବସରପରେ ତାଙ୍କୁ ଆନୁଷ୍ଠାନିକ ଭାବରେ ବିଦ୍ୟାଳୟ ପକ୍ଷରୁ ଅବସର କାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟରେ ଆଜି ଏହି ସଂକ୍ରାନ୍ତରେ ଆଜି ଏକ ବିଦାୟ କାଳୀନ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିପିନ ବିହାରୀ ବେହେରା ଯୋଗ ଦେଇ ଶିକ୍ଷକ ମାନେ ସେମାନଙ୍କ କାର୍ଯ୍ୟକାଳ ଭିତରେ ଅଗଣିତ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସହିତ ସଂସ୍କାର ଏବଂ ସମାଜରେ ଚଳିବା ଭଳି ବିଭିନ୍ନ ପଦ୍ଧତି ବିଷୟରେ ଶିକ୍ଷା ଦେଇ ଥାଆନ୍ତି । ସେଥିରୁ କିଛି ଛାତ୍ର ଛାତ୍ରୀ ତାଙ୍କ ଶିକ୍ଷା ଓ ଆଦର୍ଶକୁ ପାଥେୟ କରି ସେମାନଙ୍କର ଜୀବନକୁ ଗଠି ତୋଳିବା ସହିତ ଶିକ୍ଷକଙ୍କ ମନରେ ଏକ ଛାପ ଛାଡି ଯାଇଥାଆନ୍ତି । ଏହା ହିଁ ଶିକ୍ଷକଙ୍କର ପ୍ରକୃତ ପ୍ରାପ୍ୟ ହୋଇଥାଏ ବୋଲି କହିଥିଲେ । ଅବସରପ୍ରାପ୍ତ ଶିକ୍ଷକ ବିହାରୀ ରଞ୍ଜନ ପଟ୍ଟନାୟକ ତାଙ୍କ କାର୍ଯ୍ୟକାଳର କିଛି ଅନୁଭୁତିକୁ ସମସ୍ତଙ୍କ ଆଗରେ ବ୍ୟକ୍ତ କରିବା ସହିତ ତାଙ୍କର ଏହି ବିଦ୍ୟାଳରେ କାର୍ଯ୍ୟକାଳର ସ୍ମୃତି ଆଜୀବନ ମନେ ରହିବ ବୋଲି କହିଥିଲେ । । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥି ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଅବସରପ୍ରପ୍ତ ଶିକ୍ଷକ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପ ଗୁଛ ଏବଂ ଉତରୀୟ ଦେଇ ସମ୍ମାନୀତ କରିବା ସହିତ ତାଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ତାଙ୍କ ଅବସରପରେ ବିଦ୍ୟାଳୟରେ ସୃଷ୍ଟି ହୋଇଥିବା ଶୁନ୍ୟ ସ୍ଥାନକୁ ପୁରଣ କରିବାକୁ ପ୍ରଧାନ ଶିକ୍ଷକ ମୁଖ୍ୟ ଅତିଥିଙ୍କ ଜରିଆରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ତଥା ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ଭିନିତ ଅଗ୍ରୱାଲଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମେତ ଶିକ୍ଷକ ଶିୟୀତ୍ରୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ