ତାମ୍ପରା ଠାରେ ବିଶ୍ୱ ଜଳଭୂମି ଦିବସ ୨୦୨୧ ପାଳିତ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ନିକଟ ତାମ୍ପରା ହ୍ରଦ ଠାରେ ନେଟକୋଷ୍ଟ ଓଡିଶା ତରଫରୁ ବିଶ୍ୱ ଜଳଭୂମି ଦିବସ ପାଳିତ ହୋଇଯାଇଛି । ଏଥିରେ କଣମଣା ସରପଞ୍ଚ ଏସ୍‌.ଚକ୍ରପାଣି ରେଡ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଦିବସ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ଡି.ଭେଙ୍କଟ ରାବଣା ,ନେଟକୋଷ୍ଟର କନଭେନେର ଦୁର୍ଗା ପ୍ରସାଦ ଦାସ,ନେଟକୋଷ୍ଟ ଓଡିଶାର ସହଯୋଗୀ ଶାସ୍ୱତ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ କୁନି କୁନି ପିଲାମାନେ ତାମ୍ପରା ହ୍ରଦର ସୁରକ୍ଷା ନେଇ ଏକ ନାଟକ ମାଧ୍ୟମରେ ସଚେତନତା କରାଇଥିଲେ । ଏହା ସହ ତାମ୍ପରା ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଜିତେନ୍ଦ୍ର ନାୟକ,ୱାର୍ଦି କାଶିନାଥ,ସନ୍ତୋଷ କୁମାର ଜେନା, ଏସ୍‌.ଲଚ୍ଛେୟା ପ୍ରମୁଖ ପରିଚାଳନାରେ ସହ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ