ପିଏନୟୁଏ କଲେଜରେ ଯୂବ ରେଡକ୍ରସ୍ ର ପ୍ରଶିକ୍ଷଣ ଶିବିର ଉଦଘାଟିତ
ଛତ୍ରପୁର,(ଦେବଦତ୍ତ ମହାରଣା): ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ କଲେଜର ଯୁବ ରେଡକ୍ରସ୍ ଆନୁକୁଲ୍ୟରେ କଲେଜ ପରିସରରେ କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିର ର ଉଦଘାଟନ ହୋଇଯାଇଛି । ଏଥିରେ ରାଜ୍ୟ ଯୁବ ରେଡକ୍ରସ୍ ର ଅଧିକାରୀ ଡଃ ଅଜୟ କୁମାର ତ୍ରିପାଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ପ୍ରଶିକ୍ଷଣ ଶିିବିର ର ଆଭିମୁଖ୍ୟ ଉପରେ କହିଥିଲେ । ସମ୍ମାନିତ ଅତିଥି ଭାବେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ଗଜପତି ଜିଲ୍ଲା ଯୁବ ରେଡକ୍ରସ ର ସଂଯୋଜକ ପ୍ରଦୀପ୍ତ କୁମାର ଷଡଙ୍ଗୀ,ପିଏନୟୁଏ କଲେଜ ର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର କୁମାର ଦାଶ, ପିଏନୟୁ କଲେଜର ଯୁବ ରେଡକ୍ରସ୍ ର କାଉନସିଲର ଡଃ ସୁର୍ଯ୍ୟ ନାରାୟଣ ଡାକୁଆ ପ୍ରମୁଖ ମଞ୍ଚାସୀନ ଥିଲେ । । ପ୍ରାରମ୍ଭରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା । ଗଞ୍ଜାମ ମହାବିଦ୍ୟାଳୟ, ମହାନାଦପୁର ମହାବିଦ୍ୟାଳୟ ଏବଂ ପିଏନୟୁଏ କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ସଡକ ସୁରକ୍ଷା ଜୀବନ ରକ୍ଷା, ଏଚଆଇଭି ଏଡସ୍, ପ୍ରାକୃତିକ ବିପର୍ଯ୍ୟୟ ଏବଂ ମହାବିଦ୍ୟାଳୟର ସୁରକ୍ଷା ଉପରେ ସଚେତନତା କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିର ଆସନ୍ତା ୩ ଦିନ ଧରି ଚାଲିବ । ସମସ୍ତ କାର୍ଯ୍ୟକ୍ରମକୁ ପିଏନୟୁଏ କଲେଜର ଯୁବ ରେଡକ୍ରସ୍ କାଉନସିଲର ଡଃ ଡାକୁଆ ପରିଚାଳନା କରିଥିଲେ । ଶେଷରେ ମହାବିଦ୍ୟାଳୟର ରାଜନୈତିକ ବିଭାଗର ଅଧ୍ୟାପକ ଡଃ ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


