କନ୍ଧମାଳରେ ଶୂନ କୋଭିଡ଼୍‍ ଆଡ଼କୁ ଗତି କରୁଛି: ଆକ୍ଟିଭ କେସ ମାତ୍ର ୧

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଜିରୋ କୋଭିଡ ଆଡକୁ ଗତି କରୁଛି କନ୍ଧମାଳ। ଜିଲ୍ଲାରେ ଗତ ଆଠ ଦିନ ମଧ୍ୟରେ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ଏ ନେଇ ଜିଲାବାସୀଙ୍କ ମଧ୍ୟରେ ଆସ୍ୱସ୍ତି ଦେଖାଦେଇଛି। ଗତ ଜାନୁଆରୀ ୨୬ ତାରିଖ ଦିନ ଜିଲାରେ ଶେଷଥର ପାଇଁ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ଆଉ କୌଣସି ଲୋକ ମହାମାରୀରେ ଆକ୍ରାନ୍ତ ହୋଇ ନାହାନ୍ତି। ତେଣୂୁ ଜିଲାରେ ବୁଧବାର ସୁଦ୍ଧା କୋଭିଡ ସଂକ୍ରମିତଙ୍କ ସଂଖ୍ୟା ପୂର୍ବଭଳି ୫,୯୪୪ରେ ସୀମିତ ରହିଛି। ତେବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମଧ୍ୟ କମି ଆଜି ସୁଦ୍ଧା ୧କୁ ଖସି ଆସିଛି। ଏଥିସହିତ ମହାମାରୀରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ବଢି ୫୯୧୦ ହୋଇଛି। ପ୍ରକାଶଯୋଗ୍ୟ, ଡିସେମ୍ବର ମାସ ୨୮ ତାରିଖରେ ପ୍ରଥମ ଥର ପାଇଁ ଜିଲାରେ ଜିରୋ ପଜିଟିଭ ରେକର୍ଡ କରାଯାଇଥିଲା। ସେହିଦିନଠାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଥିଲା। ତେବେ ବର୍ତ୍ତମାନ ପ୍ରଥମ କରି ଲଗାତାର ଆଠଦିନ ଜିଲାରେ ପଜିଟିଭ ରୋଗି ଚିହ୍ନଟ ହୋଇ ନ ଥିବାରୁ ଜିଲାବାସୀଙ୍କ ସମେତ ପ୍ରଶାସନ ପାଇଁ ମଧ୍ୟ ଏକ ଖୁସିର ବିଷୟ ହୋଇଛି। କରୋନା ମହାମାରୀ ଆରମ୍ଭ ହେବା ଦିନରୁ ଜିଲ୍ଲାରେ କୋଭିଡରେ ଆକ୍ରାନ୍ତ ହୋଇ ଆଜି ପର୍ଯ୍ୟନ୍ତ ୩୩ ଜଣ ମୃତ୍ୟୁ ବରଣ କରିଛନ୍ତି। ତଥାପି ବିପଦ ସଂପୂର୍ଣ୍ଣ ଟଳି ନାହିଁ ଏବଂ ଆମକୁ ଆଉ କିଛିଦିନ ସତର୍କ ରହିବାକୁ ପଡିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁଯାଇଛି। ତେଣୁ ଜିଲା କରୋନା ମୁକ୍ତ ଘୋଷଣା ନ ହେବା ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ