ରାଧେ’ରେ ସଲ୍ଲୁଙ୍କ ସହ

ସବୁଥର ଭଳି ଏଥର ଇଦରେ ବି ଦର୍ଶକଙ୍କର ଭରପୁର ମନୋରଞ୍ଜଦ କରିବାକୁ କଥା ଦେଇଛନ୍ତି ସଲମାନ ଖାନ । ‘ଦବଙ୍ଗ-୩’ ପରେ ପ୍ରଭୁଦେବାଙ୍କ ଅପକମିଂ ଫିଲ୍ମର ସୁଟିଂ ସେ ଆରମ୍ଭ କରିବେ ।ବର୍ତ୍ତମାନ ଏହାର ଟାଇଟଲ ରହିଛି ‘ରାଧେ: ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ କୋପ’ ଫିଲ୍ମ ଲିଡ ଲେଡି ଭୂମିକା ପାଇଁ ଅନୁଷ୍କା ଶର୍ମାଙ୍କ ଭଳି ଅଭିନେତ୍ରୀଙ୍କ ନା ଚର୍ଚ୍ଚା ହେଉଥିଲେ ହେଁ, ଏବେ ଆଉ ଜଣେ ବି ଟାଉନ ସୁନ୍ଦରୀ ଏ ନେଇ ଖବରରେ ଅଛନ୍ତି । ଇଦରେ ସଲମାନଙ୍କ ଅପୋଜିଟରେ କାଳେ ଅନସ୍କ୍ରିନ ରୋମାନ୍ସ କରିବେ ଦିଶା ପଟାନି । ‘ଭାରତ’ ପରେ ଏହି ଫିଲ୍ମର ଲିଡ ଲେଡି ଭାବେ ଦିଶାଙ୍କ ନାଁ ଚର୍ଚ୍ଚା ହେଉଥିଲା । ତେବେ ଖୁବଶୀଘ୍ର ଫିଲ୍ମ ମେକର ନାୟିକାଙ୍କ ନାଁ ଘୋଷଣା କରିବେ । ଆସନ୍ତା ମାସ ୪ ତାରିଖରେ ‘ରାଧେ: ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ କୋପ୍‌’ର ସୁଟିଂ ଆରମ୍ଭ ହେବ । ୨୦୧୭ ମୁକ୍ତିପ୍ରାୟ କୋରିଆନ ଫିଲ୍ମ ‘ଦ ଆଉଟଲଜ’ ର ଏଇଟି ରିମେକ ବୋଲି ଶୁଣାଯାଉଛି । ‘ଭାରତ’ ପରେ ଦିଶାଙ୍କ ସିନେ ଲିଷ୍ଟରେ ଅଛି ‘ମଲଙ୍ଗ’ । ଏଥିରେ ତାଙ୍କ ଅପୋଜିଟରେ ଅଛନ୍ତି ଆଦିତ୍ୟ ରାୟ କପୁର । ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟି ଆସନ୍ତା ଫେବୃୟାରୀ ୧୪ରେ ମୁକ୍ତିଲାଭ କରିବ । ଗତ ୭ ତାରିଖରେ ଫିଲ୍ମର ସୁଟିଂ ଶେଷ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ