ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ଖାଦ୍ୟ ଦିବସ

(ଯୁଗାବ୍ଦ ନ୍ୟୁଜ )ବେଲଗୁଣ୍ଠା ବ୍ଲକ ପ୍ରତାପ ଲକ୍ଷ୍‌ଣପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ଖାଦ୍ୟ ଦିବସ ପାଳିତ ହୋଯାଇଛି । ଏହି ଅବସରରେ ବିଦ୍ୟାଳୟରେ ମହାନଦୀ ,ବଂଶଧାରା,ସୁବର୍ଣ୍ଣରେଖା ଏବଂ ବ୍ରାହ୍ମଣୀ ହାଉସର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ହାତରନ୍ଧା ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ । ବିଦ୍ୟାଳୟରେ ଅଧ୍ୟକ୍ଷ ସଦାଶିବ ପ୍ରଧାନଙ୍କ ଆବାକତ୍ୱରେ ଆୟୋଜିତ ହୋଇଥିବା ଖାଦ୍ୟ ପ୍ରଦର୍ଶନୀ ରେ ବିିଚାରକ ଭାବେ ଆଞ୍ଚଳିକସ୍ନାତକ ମହାବିଦ୍ୟାଳୟ କ୍ଷତ୍ରିୟବରପୁର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ , ଇଂରାଜୀ ଭାଷା ଓ ସାହିତ୍ୟର ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ,କ୍ଷତ୍ରିୟବରପୁର ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ରଥ , ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁନୀତ କୁମାର ତ୍ରିପାଠୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତି ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ଗୁଡିକୁ ଉଚ୍ଚ ପ୍ରଶଂସା କରିଥିଲେ । ଖାଦ୍ୟ ର ସଦୁପେଯାଗ ଦ୍ୱାରା ଖାଦ୍ୟହୀନ ଲୋକମାନଙ୍କୁ ସହଯୋଗ କରିବା ସହିତ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ପରିବେଶ ନିର୍ମାତା ପାଇଁ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଉପଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ