ଭଗେଶ୍ୱରପୁର ମା’ଶାରଳାଙ୍କ ମନ୍ଦିରରେ ଅଷ୍ଟମ ପ୍ରହରୀ ନାମଯଜ୍ଞ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଭଗେଶ୍ୱରପୁରସ୍ଥିତ ମା’ଶାରଳାଙ୍କ ମନ୍ଦିରରେ ୩୨ତମ ଅଷ୍ଟମ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗତ ସୋମବାର ରାତିରେ ଅଧିବାସ ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ନାମଯଜ୍ଞ ଓ ହରିନାମ, ପୂଜା, ଆଳତୀ, ଧୂପ କରାଯାଇଥିଲା । ଏଥିରେ ନାମ କରିବାକୁ ୫ଟି କୀର୍ତ୍ତନ ମଣ୍ଡଳି ଯୋଗଦେଇ ନାମସଙ୍କୀର୍ତ୍ତନ କରିଥିଲେ । ଆଜି ନଗର କୀର୍ତ୍ତନ ଓ ଦଧିଭାଣ୍ଡ ଭଙ୍ଗା ଯାଇ ଅଷ୍ଟମ ପ୍ରହର ସମାପନ ହୋଇଯାଇଛି । ଆର୍ତ୍ତବଲ୍ଲଭ ଶତପଥୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ସଭାପତି ଗୈାତ୍ତମ ସ୍ୱାଇଁ, ସମ୍ପାଦକ ସ୍ମୃତିରଞ୍ଜନ ସାହୁ, ପ୍ରମୋଦ ସ୍ୱାଇଁ, ଜୟନ୍ତ ସ୍ୱାଇଁ, ନିଳକଣ୍ଠ ସ୍ୱାଇଁ, ସୁମନ୍ତ ସ୍ୱାଇଁ, କାଳନ୍ଦି ପାତ୍ର, ଅଭୟ ସ୍ୱାଇଁ, ହେମନ୍ତ ସ୍ୱାଇଁ, ଜୁବୁଲା ସ୍ୱାଇଁ, ହିମାଂଶୁ ମହାନ୍ତି, ଟୁଲୁ ସାହୁ, ଦିଲ୍ଲିପ ସ୍ୱାଇଁ, ଅନନ୍ତ ବଲ୍ଲଭ ଶତପଥୀ, ଅନାଦି ସୁଆର, ସୁବାଷ ସ୍ୱାଇଁ, ଜଗନ୍ନାଥ ସାହୁ, ଯଶୋବନ୍ତ ସ୍ୱାଇଁ ପ୍ରମୁଖ ଗ୍ରାମବାସୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ