ଅଜଣା ଗାଡି ଧକ୍କାରେ ଭାଲୁ ଗୁରୁତ୍ୱର ଆହାତ
ଘଟଗାଁ, (ନାରାୟଣ ପଲେଇ) : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ କଟ୍ରାବେଡା ଛକ ନିକଟରେ ଗତକାଲି ସକାଳୁ ଗୁରୁତ୍ୱତ ଅବସ୍ଥାରେ ଏକ ଭାଲୁକୁ ଉଦ୍ଧାର କରିଛି ଘଟଗାଁ ବନ ବିଭାଗ । ସୂଚନା ଅନୁଯାୟୀ ଏକ ଭାଲୁ ଉକ୍ତ ଛକ ନିକଟରେ ରାସ୍ତା ପାର୍ ହେଉଥିବା ସମୟରେ ଏକ ଅଜଣା ଗାଡି ଭାଲୁଟିକୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଭାଲୁଟି ଗୁରୁତ୍ୱତ ଆହାତ ହୋଇ ରାସ୍ତାକଡରେ ପଡିରହିଥିଲା । ସ୍ଥାନୀୟ ଲୋକେ ଭାଲୁଟିକୁ ଦେଖି ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଂଚି ଭାଲୁଟିକୁ ଉଦ୍ଧାର କରି ଘଟଗାଁ ବନ କାର୍ଯ୍ୟାଳୟକୁ ଆଣିଥିଲେ । ଆଣିବା ପରେ ଭାଲୁର ଉତମ ଚିକିତ୍ସା ପାଇଁ ଘଟଗାଁ ଭିଏସ୍ଏସ୍ଙ୍କୁ ଡକାଇ ଭାଲୁର ଚିକିତ୍ସା କରାଇଥିଲେ । ତେବେ ଭାଲୁଟିର ଆଗ ଗୋଡ ଦୁଇଟି ଭାଙ୍ଗି ଯାଇଥିବା ପ୍ରାଥମିକ ଚିକିତ୍ସାରୁ ଜଣାପଡିଛି । ବର୍ତମାନ ପର୍ଯ୍ୟନ୍ତ ଭାଲୁର ଚିକିତ୍ସା ଘଟଗାଁ ବନାଂଚଳ କାର୍ଯ୍ୟାଳୟ ପରିଷରରେ ତ୍କାଯାଉଅଛି । ଅନ୍ୟପକ୍ଷରେ ଭାଲୁର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେଲେ ଭୁବନେଶ୍ୱର ନନ୍ଦନ କାନ୍ଦନ ପ୍ରାଣୀ ଉଦ୍ଦୂାନ କେନ୍ଦ୍ରରୁ ପ୍ରାଣୀ ଚିକିତ୍ସକଙ୍କୁ ଡକାଯିବ ନଚେତ ଭାଲୁକୁ ସେଠାକୁ ଚିକିତ୍ସା କରାଯିବ ବୋଲି ଘଟଗାଁ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।


