ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି

ଯୋଡ଼ା, (ଯୁଗାଦ୍ଦ ନ୍ୟୁଜ) ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ନେଇ ପଦଯାତ୍ରା ଆରମ୍ଭ କରିଥିବା ଜଗତସିଂପୁର ଜିଲା ବାଲିକୁଦା ବ୍ଲକ ଭଗବାନସିଂଘ ଗ୍ରାମର ସତ୍ୟବ୍ରତ ଦାସ ରବିବାର କେନ୍ଦୁଝର ଜିଲା ଯୋଡାଠାରେ ପହନଚିଛନ୍ତି । ଯୋଡାରେ ବୁଦ୍ଧିଜୀବୀ ମହଲରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସତ୍ୟବ୍ରତ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା , ମହାନଦୀ ଜଳ ସମସ୍ୟା ଓ ପୋଲାଭରମ ପ୍ରକଳ୍ପ ବିବାଦରେ ଓଡିଶାକୁ ନ୍ୟାର୍ଯ୍ୟ ଦାବି ମିଳିବା ଲକ୍ଷ୍ୟରେ ସେ ୨୦୧୯ ମସିହା ଜୁଲାଇ ୧୦ ତାରିଖରୁ ଓଡିଶାର ୩୧୪ ବ୍ଲକକୁ ପରିକ୍ରମା ଉଦ୍ଦେଶ୍ୟରେ ପଦଯାତ୍ରା ଆରମ୍ଭ କରିଛନ୍ତି । ସେ ପ୍ରଥମେ ବଡଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରି ୧୦୩ ଦିନ ମଧ୍ୟରେ ୭୭ଟି ବ୍ଲକରେ ପହନଚି ପ୍ରତି ବିଡିଓଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏହି ସବୁ ଦାବି ନେଇ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ମର୍ମରେ ସେ ଯୋଡା ବିଡିଓ ଦାୟିତ୍ୱରେ ଥିବା ବଡବିଲ ତହସିଲଦାରଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିବେ ବୋଲି ରବିବାର ସୂଚନା ଦେଇଛନ୍ତି । ଅଦ୍ୟାବଧି ସେ ପ୍ରାୟ ୨୦୦୦ କିମି ପଦଯାତ୍ରା କରିସାରିଲେଣି ବୋଲି ମତ ଦେଇଥିଲେ । ଦେଶର ପ୍ରତ୍ୟେକ ନାଗରିକ ବର୍ଷକ ୩୬୫ ଦିନ ମଧ୍ୟରୁ ଗୋଟିଏ ଦିନ ଦେଶ ପାଇଁ କିମ୍ବା ରାଜ୍ୟ ପାଇଁ ସମୟ ଦେଲେ ଉତମ ସୁସ୍ଥ ସମାଜ ଗଠନ ହେବା ସହିତ ରାଜ୍ୟର ଅଗ୍ରଗତି ହୋଇପାରନ୍ତା ବୋଲି ସେ ରାଷ୍ଟ୍ରର ନାଗରିକ ମାନଙ୍କୁ ନିବେଦନ କରିଥିଲେ । ଏହା ପରେ ସେ ଯୋଡା ବ୍ଲକରୁ ସୁନ୍ଦରଗଡ ଜିଲା କୋଇଡା ବ୍ଲକକୁ ପଦଯାତ୍ରାରେ ବାହାରିବେ ବୋଲି ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ