ଶାଶୁ ଓ ଶଶୁରଙ୍କୁ ମାଡମାରି ବୋହୁ ଗିରଫ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲୁନଗର ପଂଚାୟତର ସୁଜାନଗର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଘରୋଇ କଳିକୁ କେନ୍ଦ୍ରକରି ପୁଅ ଓ ବୋହୁ ବାପ ଓ ମା’ଙ୍କୁ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୁଜାନଗର ଗ୍ରାମର ୮୦ବର୍ଷ ବୟସର ବୃଦ୍ଧ ରବୀନ୍ଦ୍ର ଗେରୁ ଘର ଛପର ପାଇଁ ଘର ଛାଆଳିବାଲାଙ୍କୁ ଗତ ଶୁକ୍ରବାର ଡକାଇଥିଲେ । କିନ୍ତୁ ପୁଅ ଅକ୍ଷୟ ତାହାକୁ ବିରୋଧ କରିବାରୁ ବିବାଦର ସୁତ୍ରପାତ ହୋଇଥିଲା । ଫଳରେ ବାପ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ପରେ ଏହା ଗଣ୍ଡଗୋଳରେ ପରିଣତ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ରକରି ବୃଦ୍ଧ ରବୀନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ପୁଅ ଅକ୍ଷୟ ଏବଂ ବୋହୁ ମିନତୀ ମାଡମାରି ଲହୁଲୁହାଣ କରିଦେଇଥିବା କେନ୍ଦ୍ରାପଡା ସଦର ଥାନାରେ ରବୀନ୍ଦ୍ର ଅଭିଯୋଗ କରିବା ପରେ ସେହି ଅଭିଯୋଗକୁ ଭିତ୍ତିକରି ସଦର ଥାନା ପୋଲିସ ୯୨/୨୦୨୧ରେ ଏକ ମାମଲା ରୁଜୁକରି ବୋହୁ ମିନତୀକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ପୁଅ ଅକ୍ଷୟ ଫେରାର ହୋଇଯାଇଥିବା ଥାନା ସୁତ୍ରରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ