ଅଗ୍ନିବିପନ୍ନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଏକ ଆକସ୍ମିକ ଅଗ୍ନିକାଣ୍ଡରେ ବାସଗୃହଟି ସମ୍ପୂର୍ଣ୍ଣ ପୋଡି ଯାଇ ଖୋଲା ଆକାଶ ତଳେ ରହୁଥିବା ଗୋଟିଏ ଅଗ୍ନି ବିପନ୍ନ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ଗୃହ ନିର୍ମାଣ ପାଇଁ କାର୍ଯ୍ୟାର୍ଦ୍ଦେଶ ପ୍ରଦାନ କରାଯିବାକୁ ସଂପୃକ୍ତ ପିଡିତ ପରିବାର ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମର ସ୍ୱର୍ଗତ ହରେକୃଷ୍ଣ ଦାଶଙ୍କ ପୁଅ ବିବେକାନନ୍ଦ ଦାଶଙ୍କର ଦୁଇ ବଖରା ବିଶିଷ୍ଟ ବାସଗୃହଟି ଗତ ଜାନୁଆରୀମାସ ୧ତାରିଖରେ ଆକସ୍ମିକ ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଥିଲା । ଏସମ୍ପର୍କରେ ବିବେକାନନ୍ଦ ଅଗ୍ନିଶମ ବିଭାଗ ପ୍ରଦାନ କରିଥିବା ଘରପୋଡି ପ୍ରମାଣପତ୍ର ସହିତ ଆଳି ବିଡିଓଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଗୃହ ପାଇବା ପାଇଁ ଆବେଦନ କରିଥିଲେ । ସେଠାରୁ ନିରାଶ ହେବା ପରେ ଏସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଓ ଜିଲ୍ଲାପାଳଙ୍କୁ ଭେଟି ବାରମ୍ବାର ନିବେଦନ କରିବା ପରେବି ତାଙ୍କୁ ବାସଗୃହ ନିର୍ମାଣ ନିମନ୍ତେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ନାହିଁ । ତେଣୁ ସେ ପୁନର୍ବାର ଏଥିପାଇଁ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ନିବେଦନ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ