ସ୍ୱାବଲମ୍ବୀ କାରିଗର ସଂଘର ନାଉଗାଁ ଶାଖାର ବୈଠକ

ନାଉଗାଁ,  (ଓ୍ବାଇଏନ୍ଏସ୍) :  ଓଡିଶା ରାଜ୍ୟ ମିଳିତ ସ୍ୱାବଲମ୍ବୀ କାରିଗର ସଂଘର ନାଉଗାଁ ବ୍ଳକ ଶାଖା ପକ୍ଷରୁ ନାଉଗାଁ ସାଧୁ ଗୋସ୍ୱାମୀ ପୀଠରେ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ନାଉଗାଁ ବ୍ଲକ କମିଟିର ସଭାପତି ପ୍ରଦିପ୍ତ ପରିଡାଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ୧୬ଟି ପଂଚାୟତର ୩୯ ଜଣ ଏସଇଏମ ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ୧୬ଟି ପଂଚାୟତର ଜଳ ସମସ୍ୟାର ସମାଧାନ, ନଳକୂପ ମରାମତି, ସ୍ୱଚ୍ଛ ପରିମଳ, ସ୍ୱଚ୍ଛ ପାନୀୟ ଜଳ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହା ସହିତ ଆମ୍ଭମାନେ ଦିର୍ଘ ୨୦ବର୍ଷ ଧରୀ ଉକ୍ତ ସେବା ସରକାରଙ୍କ ସମେତ ଜନସାଧାରଣଙ୍କୁ ଯୋଗାଇ ଦେଇ ଆସୁଛୁ । ତେଣୁ ଏସଇଏମ ମାନଙ୍କର ସର୍ବନିମ୍ନ ମଜୁରୀ, ସ୍ୱାବଲମ୍ବୀ ଉଚ୍ଛେଦ, ସରକାରୀ ମାନ୍ୟତା ପାଇବା ପାଇଁ ସରକାରଙ୍କୁ ଅବଗତ କରାଯିବ । ଯଦି ସରକାର ଉପରୋକ୍ତ ଦାବିକୁ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ସାରା ବ୍ଳକରେ ଜଳ ଯୋଗାଣ କାର୍ଯ୍ୟ ବନ୍ଦ କରାଯିବ ବୋଲି ଆଲୋଚନା କରାଯାଇଥିଲା । ଏହି ବୈଠକରେ ଶାଖା ସଂପାଦକ ବିଶ୍ୱଜିତ ମହାନ୍ତି, କୋଷାଧ୍ୟକ୍ଷ ବାବୁଲାଲ ସାହୁ, ଉପଦେଷ୍ଟା ପିତବାସ ଦାସ, ସଦସ୍ୟ ସମ୍ପଦ ବାରିକ, ଜଗବନ୍ଧୁ ସାହୁ, ବାବୁରାମ ମଲ୍ଲିକ, ସୁଶାନ୍ତ ଦାସ, ବିଭୁତି ରାୟଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ