ଅଗ୍ନିକାଣ୍ଡରେ ଘର ପୋଡି ପାଉଁଶ

ନାଉଗାଁ,(ପ୍ରଦୋଶ ମହାନ୍ତି): ନାଉଗାଁ ତହସିଲ ଅନ୍ତର୍ଗତ ଅବଦଲପୁର ଗ୍ରାମର ସୁକାନ୍ତ ମହାନ୍ତିଙ୍କ ଘରେ ଅଗ୍ନିକାଣ୍ଡ ଘଟି ଶୁକ୍ରବାର ଗୋଟିଏ ବଖରା ଚାଳ ଛପର ଘର ପୋଡିଯାଇଛି । ଉକ୍ତ ଗୃହରେ ଧାନ ବାଡିଆ ମେସିନ, ସାଇକେଲ,ଆସବାବପତ୍ର ସହିତ ଧାନ,ଚାଉଳ ଆଦି ରହିଥିଲା । ହଠାତ ନିଆଁ ଲାଗିବା ଦ୍ୱାରା ଉକ୍ତ ଜିନିଷ ସବୁ ନିଆଁରେ ପୋଡିଯାଇଛି । ନାଉଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିବା ପରେ ନିଆଁକୁ ଆୟତ କରାଯାଇଥିଲା । ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ