ଗାଁ ବିକାଶପାଇଁ ବିଜୁବାବୁଙ୍କ ଯୋଜନା ସର୍ବଦା ସ୍ମରଣୀୟ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):କ୍ଷମତାର ବିକେନ୍ଦ୍ରିକରଣ ସହ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତ ଜନପ୍ରତିନିଧି ନିଷ୍ଠାର କାର୍ଯ୍ୟକଲେ ଗ୍ରାମାଞ୍ଚଳର ବିକାଶ ସହ ପଞ୍ଚାୟତିରାଜ ବ୍ୟବସ୍ଥା ସଫଳ ହୋଇପାରିବ ବୋଲି ସାନଖେମୁଣ୍ଡି ବ୍ଲକସ୍ଥରୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ବ୍ଲକ ପ୍ରଶାସନ ଓ ଲୋକପ୍ରତିନିଧି ମାନେ ପ୍ରକାଶ କରିଛନ୍ତି!ପଞ୍ଚାୟତ ଉନ୍ନୟନ ଅଧିକାରୀ ବୈଜୟନ୍ତି ମୁଣ୍ଡାଙ୍କ ସଂଯୋଜନା ରେ ବ୍ଲକ ଅଧ୍ୟକ୍ଷା ସଙ୍ଗୀତା ବେହେରାଙ୍କ ସଭାପତିତ୍ୱରେ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ସମାବେଶରେ ବିଡ଼ିଓ ଗାୟତ୍ରୀଦତ୍ତ ନାୟକ ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ସ୍ୱାଇଁ ସହକାରୀଯନ୍ତ୍ରୀ ଇଂ ଭିକାରି ଖଣ୍ଡୁଆଳ ଜିଲ୍ଲାପରିଷଦସଭ୍ୟଶଙ୍କର୍ଷଣ ସ୍ୱାଇଁ ଗୋଲାପୀ ସେଠି ସରପଞ୍ଚ ସୁଶାନ୍ତ ସ୍ୱାଇଁ ଭାସ୍କର ରାଉତ ନିତ୍ୟାନନ୍ଦ ପ୍ରଧାନ ସମିତିସଭ୍ୟ ଇ ମାଧବରାଓ ଦୋରା ତୋଫାନ ସ୍ୱାଇଁ ପ୍ରମୁଖ ସ୍ବର୍ଗତ ବିଜୁବାବୁଙ୍କ ଜୀବନୀ ଓ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଣୟନ ମହିଳା ସଂରକ୍ଷଣ ସମେତ ଗ୍ରାମାଞ୍ଚଳ ବିକାଶ ପାଇଁ ଯୁଗାନ୍ତକାରି ଉଦ୍ୟମ ସମ୍ପର୍କରେ ଆଲୋକପାତ କରିଥିଲେ!ସମସ୍ତ ପଞ୍ଚାୟତ ପ୍ରତିନିଧି ବିଭିନ୍ନ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ!


