ଆନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ପାରାଦୀପ କ୍ରିକେଟ ଏକାଡେମୀ ବିଜୟୀ

ପାରାଦୀପ (ପୀତବାସ ପ୍ରଧାନ):ଣ୍ଟଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଗୋପବନ୍ଧୁ କ୍ରିଡା ସଂସଦ ଦ୍ୱାରା ଆୟୋଜିତ ଆନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚରେ ପାରାଦୀପ କ୍ରିକେଟ ଏକାଡେମୀ ବିଜୟୀ ଳାଭ କରିଛି । ଏହି ଫାଇନାଲ ମ୍ୟାଚ ପାରାଦୀପ କ୍ରିକେଟ ଏକାଡେମୀ ଓ ପାରାଦୀପ ପୋର୍ଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାରାଦୀପ ପୋର୍ଟ କ୍ଲବ ଟସ୍ ଜିତି ନିର୍ଦ୍ଧାରିତ ୫୦ଓଭରରେ ୯ଉଇକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ପୋର୍ଟ କ୍ଲବର ଦିବ୍ୟସିଂହ ସାହୁ ୧୪୪ ବଲ୍‌ରେ ୮୮ରନ୍ କରି ଅପରାଜିତ ରହିଥିଲେ । ଏହାର ଜବାବରେ ପାରାଦୀପ କ୍ରିକେଟ ଏକାଡେମୀ ୩୪.୫ଓଭରରେ ୬ ଉଇକେଟ୍ ହରାଇ ୨୧୨ ରନ୍ କରି ବଜୟ ଲାଭ କରିଛି । ତେବେ ପାରାଦୀପ କ୍ରିକେଟ ଏକାଡେମୀ ପକ୍ଷରୁ ଅଧିନାୟକ ଅର୍ପିତ ସତ୍ୟମ ମହାନ୍ତି ୭୦ରନ୍ କରିଥିଲେ । ଦୀର୍ଘ ୪ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟରେ ବେଷ୍ଟ ବ୍ୟାଟସ୍‌ମ୍ୟାନ ଭାବରେ ଅର୍ପିତ ସତ୍ୟମ ମହାନ୍ତି, ବେଷ୍ଟ ବୋଲର ଭାବେ ଜୟ ପ୍ରକାଶ ନାୟକ, ମ୍ୟାନ ଅଫ୍ ଦି ସିରିଜ୍ ଭାବେ ଦିବ୍ୟସିଂହ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ