ବ୍ରହ୍ମପୁର ସାଂସଦଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ

ପାରଳାଖେମୁୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦ୍ୱାରା ଆଜି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । ସାଂସଦ ଶ୍ରୀ ସାହୁ ଆଜି ପାରଳାଖେମୁଣ୍ଡି ସର୍କିଟ ହାଉସ ଠାରେ ସକାଳ ୧୧ଘଣ୍ଟା ସମୟରେ ପହଞ୍ôଚବା ପରେ ସେଠାରେ ଉପସ୍ଥିତ ବିଭିନ୍ନ ନେତା ଓ କର୍ମୀମାନେ ଏବଂ ପଦସ୍ଥ ଅଧିକାରୀମାନେ ସ୍ୱାଗତ ଜଣାଇଥିଲେ । ପରେ ଶ୍ରୀ ସାହୁ ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ପରିସରରେ ପାରଳା ମହାରାଜା ତଥା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ନବନିର୍ମିତ ବ୍ରୋଞ୍ଜ ପ୍ରତିମୂର୍ତ୍ତୀକୁ ଉଦ୍‌ଘାଟନ କରିଥିଲେ । ସେହିପରି ବଜାର ଛକ ନିକଟରେ ଥିବା ଭକ୍ତକବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତକବିଙ୍କ ନାମରେ ନାମିତ ଇ-ଲାଇବ୍ରେରୀର ନୂତନ କୋଠାଗୃହ, ୧୧ନମ୍ବର ୱାର୍ଡ ଅନ୍ତର୍ଗତ ଶଙ୍କୁରୀ ପଖୋରୀ ନିକଟରେ ନବନିର୍ମିତ ଶୌଚାଳୟ, ଲକ୍ଷ୍ମୀନଗର ୧ଲାଇନରେ ଗ୍ରୀନଫିଲ୍ଡ ଏଲ୍‌ଇଡି ଲାଇଟ ସାହି ଆଲୋକିକରଣ, ହାଟପଦା ଠାରେ ନୂତନ ମାର୍କେଟ କମ୍ପେ୍ଲକ୍ସର ନବନିର୍ମିତ କୋଠା, ୱାର୍ଡ ନମ୍ବର ୧ ଓ ୨ରେ ନିର୍ମିତ ପରିଚୟ ଗୃହ, ବେତାଗୁଡା ଠାରେ ନବନିର୍ମିତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଠାରେ ଏଲ୍‌ଏସ୍‌ଡିଏ ତରଫରୁ ନବନିର୍ମିତ ସୂଚନା ଓ ସାଂସ୍କୃତିକ କେନ୍ଦ୍ର ଆଦିର ଶୁଭ ଉଦ୍‌ଘାଟନ ସଂସଦ ଶ୍ରୀ ସାହୁ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ପାରଳା ବିଧାୟକ କେ.ନାରାୟଣ ରାଓ, ଗଜପତି ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ, ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପାରଳା ପୌରପରିିଷଦ କାଯ ର୍୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, ଜିଲ୍ଲା କ୍ରୀଡା ଓ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ତ୍ରୀପାଠି, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ପ୍ରମୁଖଙ୍କ ସହ ବହୁ ପଦାଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ