ନିଖୋଜ ବ୍ୟକ୍ତିର ମୃତଦେହ ଉଦ୍ଧାର
ଯୋଡା, ,(ସମିର କୁମାର ଦାସ): ଯୋଡା ଥାନା ନିକଟସ୍ଥ କଳାପାହାଡ ଠାରେ ବିଜୟ କୁମାର ମହାନ୍ତି ନାମକ ବ୍ୟକ୍ତିଙ୍କର ମୃତଦେହ ପୋଲିସ ଉଦ୍ଧାର କରିଛି । ପୋଲିସ୍ର ସୂଚନା ଅନୁଯାୟୀ କଳାପାହଡରେ ରହୁଥିବା ବିଜୟ କୁମାର ମହାନ୍ତି(୬୨) ଗତ ତା-୦୩.୦୩.୨୦୨୧ ରିଖ ଠାରୁ ନିଖୋଜ ହୋଇଥିବା ନେଇ ତାଙ୍କ ପୁଅ ସ୍ମୃତିରଞ୍ଜନ ମହାନ୍ତି ଯୋଡା ଥାନାରେ ଜଣାଇଥିଲେ । ପୋଲିସ୍ ବିଜୟ କୁମାର ମହାନ୍ତିଙ୍କର ମୃତଦେହ କଳାପାହଡ ଜଙ୍ଗଲ ନିକଟରେ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ପାଇଥିଲା । ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ନଂ-୬/୨୧ ରୁଜୁକରି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସୂଚନା ଦେଇଛି ।


