ଜନଶକ୍ତି ପାର୍ଟିର ଦସ୍ତଖତ ସଂଗ୍ରହ ଅଭିଯାନ

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): ଜନଶକ୍ତି ପାର୍ଟି ପକ୍ଷରୁ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ଠାରୁ ଦାବିପତ୍ରରେ ଦସ୍ତଖତ ସଂଗ୍ରହ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯିବା ଏବଂ ସେହି ସମସ୍ୟା ଗୁଡିକର ଆଶୁ ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଦାବି ଗୁଡିକ ମଧ୍ୟରେ କୋଭିଡ ସମୟରେ ବର୍ଦ୍ଧିତ ବିଦ୍ୟୁତ ବିଲ ହ୍ରାସ, ବିଦ୍ୟୁତ ବିଲରେ ଜୋରିମାନା ଛାଡ, ପୁରୁଣା ଦେୟକୁ କିସ୍ତି ମାଧ୍ୟମରେ ପ୍ରଦାନ କରାଯିବାର ସୁଯୋଗ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତେଲ, ଡାଲି, ପିଆଜ ପ୍ରଭୃତିର ଦର ହ୍ରାସ, ଗୃହ ନିର୍ମାଣ ସାମଗ୍ରୀର ମୂଲ୍ୟ ହ୍ରାସ, ଧାନମଣ୍ଡିରେ ଧାନ କିଣାରେ ବ୍ୟାପକ ଅନିୟମିତତା ଘଟଣାରେ କୃଷକର ଚିନ୍ତା ଦୂର କରାଯିବା, ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ, ନୂତନ ପରିବହନ ଆଇନ ଯୋଗୁଁ ଗାଡିଚାଳକଙ୍କ ଲାଇସେନ୍ସ ପାଇବାରେ ହେଉଥିବା ସମସ୍ୟାର ସମାଧାନ ଓ ଓଡିଶା ରାଜ୍ୟର ସୀମାରେ ଜମି ଚିହ୍ନଟ ଓ ଉଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ପ୍ରଭୃତି ଦାବି ରହିଛି । ପାର୍ଟିର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଦସ୍ତଖତ ସଂଗ୍ରହ ଅଭିଯାନରେ ପ୍ରଚାର କମିଟି ଅଧ୍ୟକ୍ଷ ପ୍ରଫେସର ସୂର୍ଯ୍ୟମଣୀ ପଣ୍ଡା, ଶ୍ରମିକ ସଭାପତି ରମେଶ ଥାଟୋଇ, ଉପସଭାପତି ଇଂ ସମରେନ୍ଦ୍ର ଜେନା, କୈଳାସ ମଳିକ, ସେକ ଆସିକୁଦ୍ଦିନ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ