ଜିଲ୍ଲା ପ୍ରଶାସନ ଓ ୱାନଷ୍ଟପ ସେଣ୍ଟର ପକ୍ଷରୁ ମହିଳା ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ଗ୍ରାମୀଣ ଅତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଜିଲ୍ଲା ପ୍ରଶାସନ ଓ ୱାନଷ୍ଟପ ସେଣ୍ଟର(ସଖୀ)ର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଯୋଗଦେଇ ଉଦ୍ଘାଟନ କରି ପୃଥିବୀ ପୃଷ୍ଠରେ କୋଭିଡ-୧୯ ପରବର୍ତ୍ତୀର ଆହ୍ୱାନରେ ମହିଳାଙ୍କ ନେତୃତ୍ୱର ଶୁଭାରମ୍ଭ ପରିପ୍ରେକ୍ଷିରେ ପ୍ରତିଟି ପ୍ରତିକୁଳ ପରିସ୍ଥିତ ସହ ପ୍ରତିଦ୍ୱନ୍ଦୀକୁ ମହିଳାମାନେ ପଛକୁ ନହଟି ଆହ୍ୱାନକୁ ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତି ଦେବୀଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ବାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପ୍ରଦୀପ ପାତ୍ର, ଓଡିଶା ନିଯୁକ୍ତି ମିଶନର ଜିଲ୍ଲାପ୍ରକଳ୍ପ ପରିଚାଳକ ପ୍ରୀୟମ୍ବଦା ବିଷୋୟୀ, ପୂଜାପୁଜ୍ୟ ସଂସଦର ରାଜ୍ୟ ସମ୍ପାଦକ ମହେଶ୍ୱର ବରାଡ, ସଖୀ ନିର୍ଦ୍ଦେଶକ ସୁଧୀର ସାବତ, ଡଃ. ବୃଷକେତୁ ଦାସ, ମିନ୍ ମାର୍ଗ, ଭାଗ୍ୟଲକ୍ଷୀ୍ମ ନାୟକ, ନାଗେଶ୍ୱର ଚୌଧୁରି ପ୍ରମୁଖ ଯୋଗଦେଇ ପୁରୁଷ ମାନେ ନାରୀମାନଙ୍କୁ ସମ୍ମାନ କରିବା ସହ ଘରେ ଓ ବାହାରେ ମହିଳା ମାନଙ୍କୁ ଆଦର ସତ୍କାର କରିବା ଉଚିତ ଏବଂ ଏହା ସହ ମହିଳା ତା’ର ନିଜର ଅଧିକାର ଆତ୍ମୟତା ପାଇଁ ମହିଳା ନିଜେ ହିଁ ଲଢିବା ସହ ପୁରୁଷ ସମାଜ ସେମାନଙ୍କର କାମ କରିବାର ଶୈଳୀରେ ହସ୍ତକ୍ଷେ ପ ନ କରିବାକୁ ସଂକଳ୍ପ ବଦ୍ଧ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।


