ଶ୍ରୀବ୍ରହ୍ମେଶ୍ୱରରେ ଜାଗର, କୋଭିଡ଼୍ କଟକଣାରେ ହେବ ଭଜନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀବ୍ରହ୍ମେଶ୍ୱର ମହାଦେବଙ୍କ ମହାଶିବରାତ୍ରୀ ପାଳନ ହେବ । ଚଳିତ ବର୍ଷ ମନ୍ଦିରର ସୁରକ୍ଷା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ୧୧ଟି ସିସିଟିଭି କ୍ୟାମେରା ଲଗାଯାଇଛି । ମନ୍ଦିର ଭିତରେ ଆଇନ ଶୃଙ୍ଖଳା ଓ ବାହାରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସ ସହିତ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହିବେ । ତେବେ ଚଳିତ ବର୍ଷ କୋଭିଡ଼୍ କଟକଣାକୁ ମାନି ଭଜନ ସମାରୋହ କରାଯିବ । ମନ୍ଦିରକୁ ପ୍ରବେଶ ପାଇଁ ସାମାଜିକ ଦୂରତା ରକ୍ଷା କରାଯିବା ସହ ମାସ୍କ ବାଧ୍ୟତା ମୂଳକ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ସେହିପରି ହାତ ସାନିଟାଇଜ୍ କରି ମନ୍ଦିରକୁ ପ୍ରବେଶ କରିବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଚଳିତ ବର୍ଷ ବ୍ରହ୍ମେଶ୍ୱର ପାଟଣାରେ ମହାଶିବରାତ୍ରୀରେ ଖ୍ୟାତାନାମା କଳାକାରଙ୍କ ଦ୍ୱାରା ଲର୍ଡ଼ ବ୍ରହ୍ମେଶ୍ୱର ଦେବ ଟେମ୍ପୁଲ ଟ୍ରଷ୍ଠବୋର୍ଡ଼ ପକ୍ଷରୁ ବ୍ରହ୍ମେଶ୍ୱର ମନ୍ଦିର ପରିସରରେ ଭଜନ ସମାରୋହ ଅନୁଷ୍ଠତ ହେବ । ମହାଶିବରାତ୍ରୀ ଦିନ ବ୍ରହ୍ମେଶ୍ୱର ମନ୍ଦିରରେ ଭୋର ସାଢ଼େ ୩ଟାରୁ ସାହାଣ ମଲା ଦର୍ଶନ କରାଯିବ । ସେହିପରି ସନ୍ଧ୍ୟା ସାଢ଼େ ୬ଟାରୁ ସାହାଣମେଲା ଦର୍ଶନ ହେବ । ସଂଧ୍ୟା ସାଢ଼େ ୬ଟାରୁ ଭଜନସମାରୋହ ଆରମ୍ଭ ହେବ । ରାତି ସାଢ଼େ ୧୦ଟାରେ ମହାଦୀପ ଉଠିବ । ପୂର୍ବତନ କର୍ପୋରେଟର ତଥା ମ୍ୟାନେଜିଙ୍ଗ ଟ୍ରଷ୍ଟି ମଳୟ କୁମାର ମହାପାତ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମନ୍ଦିର ଟ୍ରଷ୍ଟି ତଥା ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଅଧ୍ୟକ୍ଷତା କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ