ଏନ୍ଆର୍ଏଲ୍ ଓ ପାରାଦୀପ ବନ୍ଦର ମଧ୍ୟରେ ଜମି ଲିଜ୍ ସଂକ୍ରାନ୍ତ ଚୁକ୍ତି ସ୍ୱାକ୍ଷରିତ
ପାରାଦୀପ (ପୀତବାସ ପ୍ରଧାନ): ଏକର ବନ୍ଦର ଜମିରେ ଅଶୋଧିତ ତୈଳ ଆମଦାନୀ ଟର୍ମିନାଲ ନିର୍ମାଣ ନିମନ୍ତେ ଆଜି ନୁମାଲିଗଡ ରିଫାଇନେରୀ ଲିମିଟେଡ୍(ଏନ୍ଆର୍ଏଲ୍) ଓ ପାରାଦୀପ ବନ୍ଦର ସହିତ ଜମି ଲିଜ୍ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ବନ୍ଦର ବୋର୍ଡ ପକ୍ଷରୁ ବରିଷ୍ଠ ସହାୟକ ଓ ସମ୍ପଦ ପ୍ରବନ୍ଧକ ବିଶ୍ୱଜିତ୍ ମିଶ୍ର ଏବଂ ଏନ୍ଆର୍ଏଲ୍ ପକ୍ଷରୁ ମାନବ ସମ୍ବଳ ମୁଖ୍ୟ ମହାପ୍ରବନ୍ଧକ ପ୍ରବୀର କୁମାର ତାଲୁକଦାର ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ବିନିତ୍ କୁମାର, ଉପାଧ୍ୟକ୍ଷ ଏ.କେ.ବୋଷ, ଏନ୍ଆର୍ଏଲ୍ ପାଇପଲାଇନ୍ ପ୍ରକଳ୍ପ ମୁଖ୍ୟ ମନୋଜ କୁମାର ବେଗୁ, ଉପ ମହାପ୍ରବନ୍ଧକ ଏ.ଜେ.ଫୁକନ୍, ପ୍ରକଳ୍ପ ପ୍ରବନ୍ଧକ ବିକାଶ କୁମାର ଦାସ ଙ୍କ ସମେତ ଉଭୟ ଅନୁଷ୍ଠାନର ବହୁ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ପ୍ରସ୍ତାବିତ ଏହି ଟର୍ମିନାଲ, ଏନ୍ଆର୍ଏଲ୍ର ୨୨ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ହେଉଥିବା ସମନ୍ନିତ ବିଶୋଧନାଗାର ସଂପ୍ରସାଣ ପ୍ରକଳ୍ପର ଅଂଶ ବିଶେଷ । ସୂଚନାଥାଉକି, ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ପାଇପ୍ଲାଇନ୍ ଜରିଆରେ ପାରାଦୀପରୁ ଆସାମର ନୁମାଲିଗଡକୁ ଅଶୋଧିତ ତୈଳ ପରିବହନ କରାଯିବ ।


