ବନ୍ଦର ଚିକିତ୍ସାଳୟରେ ବରିଷ୍ଠ ନାଗରୀକଙ୍କୁ କୋଭିଡ୍ ଟିକାକରଣ

ପାରାଦୀପ (ପୀତବାସ ପ୍ରଧାନ): ପାରାଦୀପ ବନ୍ଦର ଚିକିତ୍ସାଳୟରେ କୋଭିଡ୍ ଯୋଦ୍ଧା ଓ କର୍ମଚାରୀଙ୍କୁ କୋଭିଡ୍ ଟିକାକରଣ ପରେ ମାର୍ଚ୍ଚ ୪ତାରିଖରୁ ବନ୍ଦର ଅବସରପ୍ରାପ୍ତ କର୍ମଚାରୀ ଏବଂ ୬୦ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ସର୍ବସାଧାରଣ ନାଗରୀକ ମାନଙ୍କୁ ଟୀକାକରଣ ଆରମ୍ଭ ହୋଇଯାଇଛି । ଏହି ପର୍ଯ୍ୟାୟରେ ମାର୍ଚ୍ଚ୧୨ତାରିଖ ସୁଦ୍ଧା ୭୫୩ଜଣଙ୍କୁ ଟୀକାକରଣ ହୋଇଛି ବୋଲି ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡାଙ୍କ ଠାରୁ ସୂଚନା ମିଳିଛି । ତେବେ ଟୀକାକରଣ ପରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ହୋଇନଥିବା ବନ୍ଦ ଚିକିତ୍ସାଳୟ ପକ୍ଷରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ