ଟାଉନ ଥାନାରେ ୮ ୱାରେଣ୍ଟି ଗିରଫ
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): ଟାଉନ ଥାନା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୮ଜଣ ୱାରେଂଟିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ସହରର ଦିଲାରପୁର କ୍ୟୁରେସି ମହଲା, ରଣପଡା, ଜଇପୁରା, ଅଯ୍ୟୋଦ୍ଧାନଗର ପ୍ରଭୃତି ଗ୍ରାମରେ ଟାଉନ ଥାନା ପକ୍ଷରୁ ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ସବଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲି ପୋଲିସ ଫୋର୍ସ ସହ ଚଢାଇ କରି ପ୍ରାୟ ୨୦ବର୍ଷ ପୂର୍ବର ବିଭିନ୍ନ ମାମଲାରେ ଅଭିଯୁୃକ୍ତ ଥାଇ ଫେରାର ହୋଇଯାଇଥିବା ୮ଜଣ ୱାରେଂଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଠାରୁ ସୂଚନା ମିଳିଛି ।


