‘ଆର୍ଏଚ୍-୫୬୦’ ଉତ୍କ୍ଷେପଣ
ନୂଆଦିଲ୍ଲୀ (ୱାଇଏନ୍ଏସ୍): ଶ୍ରୀହରିକୋଟା ରେଞ୍ଜ୍ସ୍ଥିତ ‘ସତୀଶ ଧାଓ୍ଵନ୍ ମହାକାଶ କେନ୍ଦ୍ର’ରୁ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ‘ଆର୍ଏଚ୍-୫୬୦’ ନାମକ ଏକ ‘ରିସର୍ଚ ରକେଟ୍’ ଉତ୍କ୍ଷେପଣ କରିଛି। ‘ଇସ୍ରୋ’ କହିବା ଅନୁସାରେ, ଏହି ରକେଟ୍’ ବାୟୁମଣ୍ଡଳର ଊର୍ଦ୍ଧ୍ୱାଞ୍ଚଳ ଏବଂ ଅନ୍ତରୀକ୍ଷ ଗବେଷଣା ନିମନ୍ତେ ବ୍ୟବହାର କରାଯାଉଥିବା ଦୁଇଥାକିଆ କଠିନ ଇନ୍ଧନ ଚାଳିତ ରକେଟ୍। ‘ଲଞ୍ଚ୍ ଭେଇକ୍ଲ୍’ ଏବଂ ‘ସାଟେଲାଇଟ୍’ରେ ବ୍ୟବହାର ଲାଗି ଉଦ୍ଦିଷ୍ଟ ନୂତନ ଉପକରଣ କିଂବା ‘ସବ୍ସିଷ୍ଟମ୍’ର ‘ପ୍ରୋଟୋଟାଇପ୍’ ପରୀକ୍ଷା ଲାଗି ପ୍ଲାଟ୍ଫର୍ମ।


