ପିତୃମାତୃହୀନ ପିଲାଙ୍କୁ ଚିହ୍ନଟ କଲା ପ୍ରଶାସନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଜିଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ବନ୍ତ ବ୍ଲକର ୩୦ ଜଣ ପିତୃମାତୃହୀନ ପିଲାଙ୍କୁ ଚିହ୍ନଟ କରାଯାଇଛି । ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ସୁଦର୍ଶନ ବାରିକ, ବିଡିଓ ରେବେକା ବିଲୁଙ୍ଗ, ସିଡିପିଓ ରେଣୁବାଳା ଦାଶ, ଜିଲା ଶିଶୁ ମଙ୍ଗଳ କମିଟିର ସଭ୍ୟା ସଙ୍ଗୀତା ଗିରି, ପ୍ରଦୀପ୍ତ କର, ସତ୍ୟ ସୁନ୍ଦର ପୁହାଣ, ସ୍ମୃତିରେଖା ମହାନ୍ତି, ବ୍ଲକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ସୁପରଭାଇଜର ମିନତୀ ଦାସ, ରେଖା ନାୟକ, କ୍ଷଣପ୍ରଭା ବାରିକ, ଜ୍ୟୋତ୍ସ୍ନାରାଣୀ ଚାନ୍ଦ ଚିହ୍ନଟ ପ୍ରକ୍ରିୟା ବେଳେ ଉପସ୍ଥିତ ଥିଲେ ।


