ପିତୃମାତୃହୀନ ପିଲାଙ୍କୁ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପିତୃମାତୃହୀନ ପିଲାଙ୍କୁ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ଓ ଅଗ୍ରାଧିକାର ଭିତ୍ତିରେ ପିଲାମାନଙ୍କୁ କିପରି ଥଇଥାନ କରାଯିବ ତାହା ଉପରେ କାର୍ଯ୍ୟ ଆରମ୍ଭ କରିଛି । ପ୍ରଥମେ ଅଙ୍ଗନବାଡି କର୍ମିଙ୍କ ଦ୍ୱାରା ପ୍ରତି ପଞ୍ଚାୟତ ସମିତିରେ ସର୍ଭେ କରାଯାଇଥିଲା । ଜିଲ୍ଲାର ସମସ୍ତ ପଞ୍ଚାୟତ ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତାଙ୍କ ଦ୍ୱାରା ପ୍ରତି ପିଲାଙ୍କର ସାମାଜିକ ତଦନ୍ତ ବିବରଣୀ ସଂଗ୍ରହ କରାଯାଇଥିଲା । ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରକୁ ନେଇ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶିଶୁ ସମ୍ପର୍କ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଲକରେ ଚିହ୍ନଟ କରାଯାଇଥିବା ଅନାଥ ତଥା ପିତୃମାତୃହୀନ ପିଲାଙ୍କ ଯତ୍ନ ଏବଂ ସେମାନଙ୍କର ସୁରକ୍ଷା ଆବଶ୍ୟକତା ପଡୁଥିବା ପ୍ରାୟ ୨୬ ଗୋଟି ଅନାଥ ପିଲାମାନଙ୍କୁ ଶିଶୁ କଲ୍ୟାଣ ସମିତିରେ ଉପସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ, ଶିଶୁ ମଙ୍ଗଳ ସମିତିର ସଭ୍ୟା ଅଳକା ସାହୁ, ସଭ୍ୟ ହିରଣ୍ୟ କୁମାର ରାୟ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଲଳିତା ମଳିକ ଉପସ୍ଥିତ ଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଡମ୍ବରୁଧର ବଳବନ୍ତ ପ୍ରମୁଖ ଯୋଗଦେଇଥିଲେ । ଏହି ବୈଠକରେ ୨୬ ଗୋଟି ପିତୃମାତୃହୀନ ଶିଶୁ ସେମାନଙ୍କର ଅଭିଭାବକଙ୍କ ସହ ଶିଶୁ କଲ୍ୟାଣ ସମତି ଆଗରେ ଉପସ୍ଥାପନ ହୋଇଥିଲା ବେଳେ ସେମାନଙ୍କର ସଠିକ ଥଇଥାନ ନିମନ୍ତେ ଆଇନ ଅନୁଯାୟୀ ଚେଷ୍ଟା କରାଯିବ ବୋଲି ସମିତି ଅଧ୍ୟକ୍ଷ ଶ୍ରୀ ରାଉଳ କହିଥିଲେ । ଏହି କାର୍ଯ୍ୟକ୍ରମକୁ ମୋହନା ଚାଇଲ୍ଡଲାଇନ୍ ସୁପରଭାଜର, ଅଙ୍ଗନବାଡି କର୍ମୀ, ଡେଷ୍ଟାର ହୋମର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ