ଡକାୟତି ଉଦ୍ୟମ ପଣ୍ଡ, ୫ ଡକାୟତ ଗିରଫ କାର ଓ ମାରଣାସ୍ତ୍ର ଜବତ

ନିମାପଡା, (ସନ୍ତୋଷ ଦାଶ):ଶନିବାର ବିଳମ୍ବିତ ରାତ୍ରିରେ ୫ ଜଣ ଡକାୟତ କୌଣସି ଏକ ଜାଗାରୁ ଡକାୟତି ପାଇଁ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କାକଟପୁର ଥାନାର ସବ ଇସପେକ୍ଟର ସନାତନ ଖୁଣ୍ଟିଆ ସଦଳବଳେ ସୋମନାଥପୁର ଛକ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ନିଛାଟିଆ ସ୍ଥାନ ଉପରେ ଚଢ଼ାଉ କରି ଉକ୍ତ ଡକାୟତି ଗ୍ୟାଙ୍ଗକୁ କାବୁ କରିଥିଲ। ପୋଲିସ ସେମାନଙ୍କ ନିକଟରୁ ଏକ କାର ନମ୍ବର OR02 AU4004 କୁ ଜବତ କରିବା ସହିତ ୫ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ ନିଆଳି ଥାନା ଅଞ୍ଚଳର କଲିମ ସାହା, ଅସଲମସାହା, ସୟେଡ଼ ମୁସ୍ତାକ ହୋଇଥିବା ବେଳେ ନିମାପଡା ଥାନା କଳାପାଞ୍ଚଣ ଅଞ୍ଚଳର ଦୀପ୍ତି ରଞ୍ଜନ ମଲିକ ଓ ଲୋଚନ ଭୋଇ ବୋଲି କାକଟପୁର ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।ତଲାସୀ ବେଳେ ସେମାନଙ୍କ ଠାରୁ ଏକ ଫାର୍ସା, ଲୁହାରଡ଼ ସହିତ ପାଞ୍ଚଟି ମୋବାଇଲ ଫୋନ ଜବତ ହୋଇଛି। କାକଟପୁର ଥାନା କେଶ ନମ୍ବର ୮୩/୨୧ ଉକ୍ତ ଡକାୟତ ମାନେ ବିଳମ୍ବିତ ରାତ୍ରରେ ବାଇକ ଆରୋହୀ ମାନଙ୍କୁ ସେମାନଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ସହିତ ଗୋବିନ୍ଦପୁର, ନିଆଳି, କାକଟପୁର, ଅସ୍ତରଙ୍ଗ, ଗୋପ ଆଦି ଅଞ୍ଚଳରୁ ଛେଳି ଚୋରି କରି ଆସୁଥିବା ପୋଲିସ ସୂଚନା ପାଇଛି। ଉକ୍ତ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଉଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।ଏହି ଦଳଠାରୁ ସମ୍ପୂର୍ଣ ତଥ୍ୟ ହାସଲ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ