ମାଁ ବାଳ କୁମାରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ,ଓଳପୁର ଚାମ୍ପିଅନ
ଚିକିଟି, (କୁରେସ ସାହୁ):ଚିକିଟି ବ୍ଳକ ରାମଚନ୍ଦ୍ର ପୁର ପଞ୍ଚାୟତ ବାହିନୀ ପତି ସ୍ଥିତ ଓ ଏସ ଜି ଟି ଆର ଉଚ୍ଚ ବିଦ୍ୟାଳୟ ମିନି ଷ୍ଟାଡିୟମ ରେ ଅନୁଷ୍ଠିତ ମା ବାଳ କୁମାରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ ହୋଇଯାଇଛି।୨୪ ଗୋଟି ଦଳକୁ ନେଇ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ରେ ଶହୀଦ ଶ୍ରୀନିବାସ ଜଗଦଲପୁର କୁ ହରାଇ ଓଳପୁର ଚାମ୍ପିଅନ ହୋଇଛି। ଟସ୍ ବିଜେତା ଜଗଦଲପୁର ଦଳ ୧୧.୨ ଓଭର୍ ଖେଳି ୬୪ ରନ୍ କରିଥିବା ବେଳେ ଏହାର ପ୍ରତି ଜବାବରେ ଓଳପୁର ଦଳ ୫.୩ ଓଭର୍ ଖେଳି ୭୪ ରନ୍ କରି ଚାମ୍ପିଅନ ହୋଇଛି। ଏହି ଉଦଯାପନୀ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ହର ପ୍ରସାଦ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବେ ସମାଜସେବୀ ସୁରେନ୍ଦ୍ର ନାଥ ମଣ୍ଡଳ ଓ ଅନ୍ୟତମ ଅତିଥି ଭାବେ ପୁର୍ବତନ ଅଧ୍ୟକ୍ଷ ଏମ ନାଗରାଜୁ ଓ ଧାନଘର ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଚାମ୍ପିଅନ ଦଳ କୁ ୨୧ ହଜାର ଟଙ୍କା ସିଲ୍ ଓ ମାନପତ୍ର ପ୍ରଦାନ କରିଥିଲେ। ସେହିପରି ରନର୍ସ ଦଳକୁ ୧୪ ହଜାର ଟଙ୍କା ସିଲ୍ ଓ ମାନପତ୍ର ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ମ୍ୟାନ ଆଫ୍ ଦି ମ୍ୟାଚ୍ ଭାବେ ବାଦଲ ଓ ମ୍ୟାନ ଆଫ୍ ଦି ସିରିଜ୍ ଭାବେ ଚିନ୍ମୟ ପ୍ରଧାନ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଚନ୍ଦନ ସାହୁ ଓ ଚିନ୍ମୟ ପ୍ରଧାନ ଖେଳ ପରିଚାଳନା କରିଥିବା ବେଳେ ବିଜୟ ଗୈାଡ ଧାରା ବିବରଣୀ ପ୍ରଦାନ କରିଥିଲେ।ବେଷ୍ଟ ବୋଲର ଭାବେ ମୁନା ପାତ୍ର ସମ୍ମାନିତ ହୋଇଥିବା ବେଳେ ରାଜରାମ ହୋଣ୍ଡ ସ୍ପନ୍ସରସିପ କରିଥିଲେ । ବାହିନୀ ପତି କ୍ରିକେଟ୍ କ୍ଳବ୍ ର ସମସ୍ତ ସଦସ୍ୟ ଙ୍କ ସମେତ ଜଗଦିଶ ରାଉଳ,ଶିବ ଗୈାଡ, ଆଦିତ୍ୟ ରାଉଳ,ସୁନୀଲ ରେଡ୍ଡୀ, ଘନଶ୍ୟାମ ସେଠୀ, ଧର୍ମ ନାରାୟଣ ପଣ୍ଡା, ସୁକାନ୍ତ ଜେନା ପ୍ରମୁଖ ଖେଳ ପରିଚାଳନା ରେ ସହଯୋଗ କରିଥିଲେ।